ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ଼ ସଭାପତି

0

କଟକ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ସୋମବାର ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାକୁ ବୋର୍ଡ଼ ସଭାପତି ଜାହାନ ଆରା ବେଗନ ଖଣ୍ଡନ କରିଛନ୍ତି। ବୋର୍ଡ଼ର ପ୍ରଶ୍ନପତ୍ର ଏବଂ ଭାଇରାଲ ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ଅଲଗା ଓ କୌଣସି ପ୍ରକାରରେ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ । କିଛି ଲୋକେ ଜାଣିଶୁଣି ଏପରି କରିଛନ୍ତି ବୋଲି ବୋର୍ଡ଼ ସଭାପତି କହିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକ ବିଚଳିତ ନହୋଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ଼ ସଭାପତି ପରାମର୍ଶ ଦେଇଛନ୍ତି।

Leave A Reply