ପ୍ରଶ୍ନପତ୍ର ଭାଇରାଲକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକାର

0

କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗକୁ ବୋର୍ଡ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ବୋର୍ଡ ସଭାପତି ଜାହାନ ଆରା ବେଗମ ପ୍ରତିକ୍ରିୟାରେ କହିଛନ୍ତି ଯେ, ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।  କେଉଁ ପରିସ୍ଥିତିରେ କରାଯାଇଛି ତାହା ତଦନ୍ତ କରାଯିବ । ଦୁଃସ୍ଥ ମାନସିକ ଯୋଗୁ ପ୍ରଶ୍ନପତ୍ର ଭାଇରାଲ ହେଉଛି । ତେବେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଏନେଇ ଚିନ୍ତିତ ନ ହୋଇ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ଉଚିତ ବୋଲି ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଏହି ଘଟଣାକୁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅସ୍ବୀକାର କରିଥିଲେ ।

Leave A Reply