କରୋନା ରୋଗରୁ ମୁକ୍ତି ପାଇଁ ବିଶ୍ୱଶାନ୍ତି ହୋମ ଯଜ୍ଞ

ବୋଲଗଡ: ପ୍ରଭାକର ତ୍ରିପାଠୀଙ୍କ ତତ୍ତ୍ୱବଧାନରେ ମହାମାରୀ କରୋନା ରୋଗରୁ ମୁକ୍ତି ପାଇଁ ବୋଲଗଡ ବ୍ଲକ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ବିଜେ ପୀଠରେ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର କଲ୍ୟାଣ ନିମନ୍ତେ ହୋମଯଜ୍ଞ,ଭାଗବତ ପାଠ ଓ ବେଦପାଠ ଅତି ନିଷ୍ଟା ଓ ଭକ୍ତିର ସହିତ ବେଦଜ୍ଞ ବ୍ରାହ୍ମଣ ମାନେ କରିଥିଲେ। ଏତଦ୍‍ ବ୍ୟତିତ ଆଦ୍ୟକାଣ୍ଡ ଉତ୍ସବ ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ମେଘ ବର୍ଷିବା ପାଇଁ ପାହାଡ ଉପରେ ଥିବା ଗିରିଗୋବର୍ଦ୍ଧନ ପୂଜା ମଣ୍ଡପରେ କରାଯାଇଥିଲା। ବରିଷ୍ଠ ପୂଜକ ସର୍ବେଶ୍ୱର ମହାପାତ୍ର,ରଘୁନାଥ ମହାପାତ୍ର ଓ ଦୈତାରୀ ମହାପାତ୍ର ପୂଜା ପାଠ କରିଥିଲେ।

Comments are closed.