ବଜାରକୁ ଆସିଲା ଭାରତ ନିର୍ମିତ ପ୍ରଥମ ବିଏମଡବ୍ଲ୍ୟୁ ବାଇକ୍‍

0

ନୂଆଦିଲ୍ଲୀ : ଜର୍ମାନୀର ବ୍ରାଣ୍ଡେଡ୍‍ ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁ ନିଜର ପ୍ରଥମ ଭାରତ ନିର୍ମିତ ବାଇକ୍‍ର ବଜାର ପ୍ରବେଶ କରାଇଛି। ଏହି ବାଇକର ଦୁଇଟି ମଡେଲ ରହିଛି। ମଡେଲ ଜି୩୧୦ଆର ଏବଂ ମଡେଲ ଜି୩୧୦ଜିଏସ। ଉଭୟ ବାଇକ୍‍ର ମୂଲ୍ୟ ୩ଲକ୍ଷ ଏବଂ ୩.୪୯ଲକ୍ଷ ମଧ୍ୟରେ ରହିଛି। ବିଏମଡବ୍ଲ୍ୟୁ ଏହି ବାଇକ୍‍ ନିର୍ମାଣ କରିବା ପାଇଁ ଭାରତର ଟିଭିଏସ କମ୍ପାନୀ ସହ ଏକ ରାଜିନାମା କରିଛି। ଏହି ରାଜିନାମା ଅନୁସାରେ ବିଏମଡବ୍ଲ୍ୟୁ ବାଇକ୍‍ ଟିଭିଏସ୍‍ କମ୍ପାନୀ କାରଖାନାରେ ନିର୍ମାଣ କରାଯାଉଛି। ଏହି ବାଇକ୍‍ରେ ୩୧୩ ସିସି ସହ ଏକକ ସିଲିଣ୍ଡର ଇଞ୍ଜିନ ରହିଛି। ମଡେଲ ଜି୩୧୦ଆରର ବେଗ୍‍ ଘଣ୍ଟା ପ୍ରତି ୧୪୫ କିମି ଓ ମଡେଲ ଜି୩୧୦ଜିଏସରେ ବେଗ ଘଣ୍ଟା ପ୍ରତି ୧୪୩ କିମି ରହିଛି। ଏହି ବାଇକ୍‍ ବଜାରକୁ ଆସିବା ପୂର୍ବରୁ ୧୦୦୦ ଲୋକ ବାଇକ୍‍ ପାଇଁ ବରାଦ (ବୁକିଂ) କରିସାରିଥିଲେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦେଶର ସମସ୍ତ ସୋରୁମରେ ଏହି ବାଇକ ଚଳାଇ ପରୀକ୍ଷା କରିହେବ।

Leave A Reply