ଥରେ ଚାର୍ଜ କଲେ ଗଡିବ ୫୯୦ କି.ମି- ବିଏମ୍‌ଡବ୍ଲୁର i4 ସିଡାନ୍‌ ଇଲେକ୍ଟ୍ରିକ୍‌ କାର୍‌ ଭାରତରେ ଲଞ୍ଚ୍‌ ହେଲା: ଦାମ୍‌ ହେଉଛି

ନୂଆଦିଲ୍ଲୀ – ଭାରତରେ ବିଏମ୍‌ଡବ୍ଲୁର i4 ସିଡାନ୍‌ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ ହୋଇଛି । ଏହାକୁ ଥରେ ଚାର୍ଜ କଲେ ୫୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ୮୩.୯ କିଲୋଓ୍ୱାଟର ବ୍ୟାଟେରୀ ପ୍ୟାକ ରହିଛି । କାର୍‌ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୬୯.୯ ଲକ୍ଷ ଟଙ୍କା । ଏହାକୁ ମାତ୍ର ୧୦ ମିନିଟ୍‌ ଚାର୍ଜ କଲେ ୧୬୪ କିଲୋମିଟର ଯାତ୍ରା କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ପାରମ୍ପରିକ ଇଲେକ୍ଟ୍ରିକ୍‌ ଚାର୍ଜର ସହ ଆସୁଛି । ଜଣେ ବ୍ୟକ୍ତି ଘରେ ଚାର୍ଜ କରିପାରିବେ । ଏହା କମ୍ପାନୀର ଇଡ୍ରାଇଭ୍‌୪୦ ପ୍ରକରଣର କାର୍‌ । ତିନୋଟି ରଙ୍ଗରେ ଏହି କାର୍‌ ଉପଭୋକ୍ତାମାନଙ୍କ ପାଇଁ ଭାରତୀୟ ବଜାରରେ ଉପଲବ୍ଧ ହେଉଛି । କଳା, ଗ୍ରେ ମେଟାଲିକ୍‌ ଏବଂ ସାପିୟାର୍‌ ମେଟାଲିକ୍‌ ରଙ୍ଗରେ ଏବେ ଏହା ସୋ ରୁମ୍‌ମାନଙ୍କରେ ଉପଲବ୍ଧ ।

ଏଥିରେ ସିଙ୍ଗିଲ୍‌ ରିୟର ଆକ୍ସିଲ୍‌ ଇଲେକ୍ଟ୍ରିକ୍‌ ମୋଟର ରହିଛି। ମାତ୍ର ୫.୭ ସେକେଣ୍ଡ ମଧ୍ୟରେ କାର୍‌ ୦ରୁ ୧୦୦କିଲୋମିଟର ବେଗ ବଢାଇ ପାରିବ । ଏହାର ସର୍ବାଧିକ ଗତି କରିବାର କ୍ଷମତା ଘଣ୍ଟାପ୍ରତି ୧୯୦ କିଲୋମିଟର । କାର୍‌ ସହ ୮୦.୭ କିଲୋଓ୍ୱାଟ ବ୍ୟାଟେରୀ ପ୍ୟାକ ଉପଲବ୍ଧ । ୧୦ ମିନିଟ୍‌ ଚାର୍ଜ କଲେ ୧୬୪ କିଲୋମିଟର ଯାତ୍ରା କରିପାରିବେ । ୨୦୫ କିଲୋଓ୍ୱାଟ ଡିସି ଚାର୍ଜରେ ୩୧ ମିନିଟ୍‌ ମଧ୍ୟରେ ୧୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଟେରୀ ଚାର୍ଜ ହୋଇପାରିବ ।

Comments are closed.