ବିଏମ୍‍ଡବ୍ଲ୍ୟୁ କାରରେ ଘର କରିଥିଲା ନାଗ ସାପ

0

ନୂଆଦିଲ୍ଲୀ : ସାପକୁ ଦେଖିବା ମାତ୍ରେ ସମସ୍ତଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥାଏ। ସେହିପରି ସାପ ଯଦି ଆପଣଙ୍କ ଘରେ, ଗାଡିରେ କିମ୍ବା ଆକପାଖ ଅଞ୍ଚଳରେ ଦେଖାଯାଏ ଲୋକ ଆହୁରି ଚିନ୍ତାରେ ପଡିଯାଆନ୍ତି। ଏପରି ଏକ ଘଟଣା ତାମିଲନାଡୁରେ ଘଟିଥିବା ସୂଚନା ମିଳିଛି। ତାମିଲନାଡୁରେ ଏକ ବ୍ୟବସାୟୀଙ୍କ ଗାଡିରେ ନାଗ(କୋବ୍ରା) ସାପ ଘର କରିଥିବା ଦେଖିବାକୁ ମିଳିଛି।
କାର ମାଲିକ କୌଣସି ଏକ ସ୍ଥାନକୁ ଯିବା ସମୟରେ ତାଙ୍କ ବିଏମଡବ୍ଲ୍ୟୁ ଗାଡିରୁ ଏକ ସାପ ବାହାରିଥିଲା। ଭୁଲବଶତଃ ସେ ସାପଟି ଉପରେ ଗାଡି ଚଢାଇ ଦେଇଥିଲେ।
ଅନ୍ୟ ଏକ ଦିନ ପୁଣି ଥରେ ସେହି କାରରେ ସାପ ବାହରିବା ଦେଖି ମାଲିକ କାରକୁ ନେଇ ବିଏମଡବ୍ଲ୍ୟୁ ସୋ ରୁମରେ ପହଞ୍ଚିଲେ। ସୋ ରୁମ କାର୍ଯ୍ୟକର୍ତ୍ତା ମଧ୍ୟ ସାପଟିକୁ ବାହାର କରିପାରି ନଥିଲେ। ପରେ କମ୍ପାନୀ ବାହାରୁ କାର୍ଯ୍ୟକର୍ତ୍ତାଙ୍କୁ ଡାକି ସାପଟିକୁ ବାହର କରିବାରେ ସକ୍ଷମ ହୋଇଥିଲେ।

Leave A Reply