ରାଜ୍ୟ ବାହାର ଶ୍ରମଜୀବୀଙ୍କ ପାଇଁ କଟକଣା ଜାରି କଲା ବିଏମ୍ସି

ଭୁବନେଶ୍ବର: ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ ଓ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳ ମଧ୍ୟକୁ ବାହାର ରାଜ୍ୟରୁ ଶ୍ରମଜୀବୀମାନଙ୍କୁ ଆଣି କାମ କରିବାକୁ ଅନୁମତି ଦିଆଯିବ ନାହିଁ । ଉଭୟ ସରକାରୀ ଏବଂ ଘରୋଇ ଶିଳ୍ପ ସଂସ୍ଥା, ନିର୍ମାଣକାରୀ ସଂସ୍ଥା, ହୋଟେଲ୍ ଆଦିରେ କାର୍ଯ୍ୟ କରୁଥିବା ଠିକାଦାରମାନେ ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ନେଇ କାର୍ଯ୍ୟ ଜାରି ରଖିବେ। ଯଦି କୌଣସି ସଂସ୍ଥା ଦ୍ୱାରା ଇତି ମଧ୍ୟରେ ବାହାର ରାଜ୍ୟରୁ ଶ୍ରମଜୀବୀମାନଙ୍କୁ ଅଣାଯାଇ ଥାଏ, ତେବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନିଶ୍ଚିତ ଭାବେ କ୍ୱାରାଣ୍ଟାଇନ୍ରେ ରଖିବେ । ଏହି ଶ୍ରମଜୀବୀଙ୍କ ମଧ୍ୟରୁ ଯଦି କାହାର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ତେବେ ସଂପୃକ୍ତ ସଂସ୍ଥା ନିଜ ଖର୍ଚ୍ଚରେ ଶ୍ରମଜୀବୀଙ୍କ କୋଭିଡ୍ ଟେଷ୍ଟ କରି ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ଭୁବନେଶ୍ୱର ମହାନଗର ନିଗମର କମିଶନର ଆଜି ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।