ରେଖାଙ୍କ ସିକ୍ୟୁରିଟି ଗାର୍ଡ଼ କରୋନା ସଂକ୍ରମିତ; ସମୂର୍ଣ୍ଣ ବଙ୍ଗଳା ସିଲ୍‍ କଲା ବିଏମ୍‍ସି

ମୁମ୍ବଇ: ବଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ରେଖାଙ୍କର ଜଣେ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ବିଏମସି ରେଖାଙ୍କ ବଙ୍ଗଳାକୁ ସିଲ୍ କରିଛି। ଏହା ବ୍ୟତୀତ ଅଭିନେତ୍ରୀଙ୍କ ଘର ବାହାରେ ନୋଟିସ ମଧ୍ୟ ଲଗାଯାଇଛି । ତେବେ ଏନେଇ ରେଖାଙ୍କର କୌଣସି ପ୍ରତିକ୍ରିୟା ଏଯାବତ୍‍ ମିଳିପାରି ନାହିଁ ।

ସୂଚନା ଅନୁସାରେ, ରେଖାଙ୍କ ମୁମ୍ବଇ ସ୍ଥିତ ବଙ୍ଗଳା ବାହାରେ ସବୁବେଳେ ଦୁଇଜଣ ସୁରକ୍ଷାକର୍ମୀ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବିଏମସି ରେଖାଙ୍କ ବଙ୍ଗଳା ବ୍ୟତୀତ ଆଖପାଖ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରିଛି ।

Comments are closed.