ୟୁନିଟ-୧ ଏସବିଆଇ ମୁଖ୍ୟାଳୟ ୧୧ ପର୍ଯ୍ୟନ୍ତ ସିଲ୍‌

ଭୁବନେଶ୍ଵର: ଭୁବନେଶ୍ଵର ୟୁନିଟ୍‌-୧ରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ର ମୁଖ୍ୟ ଶାଖାକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏହି ଶାଖାର ପ୍ରାୟ ୨୫ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କକୁ ବିଏମସି ସିଲ୍‌ କରିଦେଇଛି।

ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ଏହି ଶାଖାରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ବିଏମସି ବ୍ୟାଙ୍କକୁ ଦୁଇ ଦିନ ପାଇଁ ସିଲ୍‌ କରିଦେଇଥିଲା। ଏହା ପରେ ବ୍ୟାଙ୍କର ଅନ୍ୟ କର୍ମଚାରୀମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଯେଉଁଥିରୁ ପ୍ରାୟ ୨୫ ଜଣ ପିଜିଟିଭ୍‌ ବାହାରିଥିବା ଜଣାପଡ଼ିଛି।

Comments are closed.