ଘରୋଇ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ସିଲ୍‌ କଲା ବିଏମସି

ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ସୋମବାର ସିଲ୍‌ କରିଦେଇଛି। ଏହି ଅନୁଷ୍ଠାନରୁ ୨୩ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ କରିବା ଉପରେ ବିଏମସି ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ଅନୁଷ୍ଠାନ ଭିତରୁ ମଧ୍ୟ କୌଣସି ବ୍ୟକ୍ତି ବାହାରକୁ ନ ଆସିବା ଲାଗି କଟକଣା ଜାରି କରାଯାଇଛି। ସମସ୍ତ ଆକ୍ରାନ୍ତମାନଙ୍କୁ ଅନୁଷ୍ଠାନ ଭିତରେ ଆଇସୋଲେଶନରେ ରହିବାକୁ ନିର୍ଦେଶ ଦିଆଯାଇଛି। ବିଏମସି ପକ୍ଷରୁ ଅନୁଷ୍ଠାନର କର୍ମଚାରୀ ଏବଂ ଆକ୍ରାନ୍ତମାନଙ୍କୁ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏହା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଶିକ୍ଷକମାନଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Comments are closed.