ବିଏମସିର ୨୨ କର୍ମଚାରୀ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ହଜାର ଉପରେ କରୋନା ମାମଲା ଆସିଥିବା ବେଳେ, ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସରେ ପଶିଲାଣି କରୋନା । ବିଏମସିର ୨୨ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବିଏମସି କାର୍ଯ୍ୟଳୟକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସର୍ବସାଧାରଣଙ୍କୁ ବିଏମସି ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବିଏମସିର ଅନ୍ୟକର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ଆଗକୁ ଆହୁରି ପଜିଟିଭ୍‍ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.