ବସ୍ତି କମିଟି ଓ ସଚେତକ ସ୍ୱେଚ୍ଛାସେବୀଙ୍କ ସହଯୋଗ ଫଳରେ କୋଭିଡ୍‌-୧୯ ସଂକ୍ରମଣକୁ ବହୁମାତ୍ରାରେ ପ୍ରତିରୋଧ କରାଯାଇପାରିଛି: ପ୍ରେମ ଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ମହାନଗର ନିଗମ ଅଞ୍ଚଳରେ କୋଭିଡ୍‌-୧୯ ପ୍ରତିରୋଧ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ବାବଦରେ ବିଶଦ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ବସ୍ତି କମିଟି ଓ ସଚେତକ ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ଫଳରେ କୋଭିଡ୍‌-୧୯ ସଂକ୍ରମଣକୁ ବହୁମାତ୍ରାରେ ପ୍ରତିରୋଧ କରାଯାଇପାରିଛି । ସେ ନାଗରିକମାନଙ୍କୁ ଜନଗହଳିପୂର୍ଣ୍ଣ ବଜାରକୁ ନ ଯିବା, ସିଧାସଳଖ ସଉଦା ନ କିଣିବା, ସର୍ବସାଧାରଣ ସ୍ଥାନକୁ ବୟସ୍କ ଲୋକମାନଙ୍କୁ ନ ପଠାଇବା ନିମନ୍ତେ ଅନୁରୋଧ କରିବା ସହ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କୋଭିଡ୍‌ ମାର୍ଗଦର୍ଶିକା ପାଳନ ନିମନ୍ତେ ନିବେଦନ ଜଣାଇଛନ୍ତି ।
ବିଭିନ୍ନ ବ୍ୟବସାୟୀ ସଂଗଠନ ଏବଂ ବେପାରୀମାନଙ୍କୁ ବଜାର ପରିଚାଳନା ନିମନ୍ତେ ମାନକ କାର୍ଯ୍ୟ ପଦ୍ଧତି (ଏସ୍‌ଓପି) ଜାରି କରାଯାଇଛି । ସଚେତନତା ବୃଦ୍ଧି ଏବଂ କୋଭିଡ୍‌ ମାର୍ଗଦର୍ଶିକା ଉଲ୍ଲଂଘନକୁ ନିୟନ୍ତ୍ରଣ କରିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର ସହିତ ଚଢ଼ଉ ଅବ୍ୟାହତ ରହିଛି । ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତମାନଙ୍କ ସୁରକ୍ଷା ସୁନିଶ୍ଚିତ କରି ସେମାନଙ୍କୁ ରିୟଲ୍‌ ଟାଇମ୍‌ ସର୍ବଶେଷ ସମ୍ବାଦ, ଚିକିତ୍ସା ପରାମର୍ଶ ଓ ସେବାକାରୀ ସୁବିଧା ଯୋଗାଇ ଦେବା ପାଇଁ ସଚେତକ ଆପ୍‌ କାର୍ଯ୍ୟ କରୁଛି ।

ଭୁବନେଶ୍ୱର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଯେ ବଜାର ଅଞ୍ଚଳଗୁଡ଼ିକରେ କୋଭିଡ୍‌ ପ୍ରୋଟୋକଲର ଅନୁପାଳନ ନେଇ ବ୍ୟବସାୟୀ/ବଜାର ସଂଗଠନଗୁଡ଼ିକ ସହିତ ବୈଠକ/ଆଲୋଚନା ସଂପନ୍ନ ହୋଇଛି । ସଉଦାପତ୍ର କିଣିବା ସମୟରେ ବଜାରରେ ଲୋକମାନେ କୋଭିଡ୍‌ ମାର୍ଗଦର୍ଶିକା ଅନୁପାଳନ କରିବା ପାଇଁ ସେ ନିବେଦନ ଜଣାଇଥିଲେ । ସିଧାସଳଖ କିଣାକିଣି ବଦଳରେ ଅନ୍‌ଲାଇନ୍‌ ସଉଦା କ୍ରୟକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିକିତ୍ସା ସୁବିଧା ଓ ପରୀକ୍ଷଣକୁ ବୃଦ୍ଧି କରାଯାଇଛି । କିମ୍‌ସ୍‌ ଓ ସମ୍‌ ହସ୍‌ପିଟାଲ୍‌ ବ୍ୟତୀତ ନୀଳାଚଳ ହସ୍‌ପିଟାଲ୍‌ ଏବଂ ଆଦିତ୍ୟ-ଅଶ୍ୱିନୀ ହସ୍‌ପିଟାଲ୍‌ରେ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି । ଅତିରିକ୍ତ ଭାବରେ ୫ଟି କୋଭିଡ୍‌ କେୟାର ସେଣ୍ଟର ଓ ୪ଟି କୋଭିଡ୍‌ କେୟାର ହୋମ୍‌ ପ୍ରସ୍ତୁତ କରାଯାଇଛି । ସମ୍ବେଦନଶୀଳ ଲୋକମାନଙ୍କ ନିମନ୍ତେ ମନସ୍ତାତ୍ତ୍ୱିକ-ସାମାଜିକ ପରାମର୍ଶ ଦେବା ନିମନ୍ତେ ୧୯୨୯ ହେଲପଲାଇନ୍‌ ନମ୍ବର ମାଧ୍ୟମରେ ପ୍ରଦତ୍ତ ସୁବିଧାକୁ ବ୍ୟାପକ କରାଯାଇଛି ।

ଭୁବନେଶ୍ୱର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଯେ ବଜାର ଅଞ୍ଚଳଗୁଡ଼ିକରେ କୋଭିଡ୍‌ ପ୍ରୋଟୋକଲର ଅନୁପାଳନ ନେଇ ବ୍ୟବସାୟୀ/ବଜାର ସଂଗଠନଗୁଡ଼ିକ ସହିତ ବୈଠକ/ଆଲୋଚନା ସଂପନ୍ନ ହୋଇଛି । ସଉଦାପତ୍ର କିଣିବା ସମୟରେ ବଜାରରେ ଲୋକମାନେ କୋଭିଡ୍‌ ମାର୍ଗଦର୍ଶିକା ଅନୁପାଳନ କରିବା ପାଇଁ ସେ ନିବେଦନ ଜଣାଇଥିଲେ । ସିଧାସଳଖ କିଣାକିଣି ବଦଳରେ ଅନ୍‌ଲାଇନ୍‌ ସଉଦା କ୍ରୟକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିକିତ୍ସା ସୁବିଧା ଓ ପରୀକ୍ଷଣକୁ ବୃଦ୍ଧି କରାଯାଇଛି । କିମ୍‌ସ୍‌ ଓ ସମ୍‌ ହସ୍‌ପିଟାଲ୍‌ ବ୍ୟତୀତ ନୀଳାଚଳ ହସ୍‌ପିଟାଲ୍‌ ଏବଂ ଆଦିତ୍ୟ-ଅଶ୍ୱିନୀ ହସ୍‌ପିଟାଲ୍‌ରେ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି । ଅତିରିକ୍ତ ଭାବରେ ୫ଟି କୋଭିଡ୍‌ କେୟାର ସେଣ୍ଟର ଓ ୪ଟି କୋଭିଡ୍‌ କେୟାର ହୋମ୍‌ ପ୍ରସ୍ତୁତ କରାଯାଇଛି । ସମ୍ବେଦନଶୀଳ ଲୋକମାନଙ୍କ ନିମନ୍ତେ ମନସ୍ତାତ୍ତ୍ୱିକ-ସାମାଜିକ ପରାମର୍ଶ ଦେବା ନିମନ୍ତେ ୧୯୨୯ ହେଲ¬ଲାଇନ୍‌ ନମ୍ବର ମାଧ୍ୟମରେ ପ୍ରଦତ୍ତ ସୁବିଧାକୁ ବ୍ୟାପକ କରାଯାଇଛି ।

 

Comments are closed.