ବିଏମସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

0

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବର୍ଷାର ପ୍ରଭାବ ଜାରି ରହିଛି। ଗତକାଲି ଠାରୁ ରାଜ୍ୟର ଅନେକ ଜିଲାରେ ଲଗାଣ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ସମେତ ଅନେକ ଜିଲା ବେହାଲ ହୋଇଛି। ବର୍ଷା ଯୋଗୁଁ ଭୁବନେଶ୍ୱରର ଅନେକ ଘରେ ପାଣି ପଶି ଯାଇଛି। ରାସ୍ତାରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଥିବାର ଦେଖା ଦେଇଛି। ରାତିରେ ଭୁବନେଶ୍ୱର ବାସୀମାନେ ଅନିଦ୍ରା ରହିଛନ୍ତି। ତେବେ ଅବସ୍ଥା ସୁଧାରିବାକୁ ବିଏମସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବିଏମସି ପକ୍ଷରୁ ୧୮୦୦୩୪୫୦୦୬୧ ହେଲ୍ପଲାଇନ ନମ୍ବର ଓ ୦୬୭୪-୨୪୩୨୨୮୧ ଜରୁରୀ କଣ୍ଟ୍ରୋଲ ରୁମ୍‍ ନମ୍ବର ଜାରି କରାଯାଇଛି।

Leave A Reply