ଲକ୍ ଡାଉନ ସମୟରେ ବନ୍ଦ ରହିବ ସହରର ସମସ୍ତ ପାନ ଦୋକାନ : ବିଏମସି

ଭୁବନେଶ୍ବର : ଲକ୍ ଡାଉନ ସମୟରେ ବିଏମସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ସମୟରେ ବସ୍ତ୍ରାଳୟ ଓ ପୋଷାକ ଦୋକନ ବନ୍ଦ ରହିବା ଏହାସହ ସହରରେ ପାନ ଦୋକାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓମଫେଡ ପାର୍ଲରରେ କେବଳ କ୍ଷୀର ବିକ୍ରି ଓ ଫଳରସ ଦୋକାନରେ କେବଳ ଫଳ ବିକ୍ରି ପାଇଁ ଅନୁମତି ମିଳିଛି। ଆଇସକ୍ରିମ ପାର୍ଲର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବାସହ ଓଲଫେଡ୍ କାଉଣ୍ଟରରେ ରନ୍ଧା ଖାଦ୍ୟ ବିକ୍ରି ହୋଇପାରିବ ନାହିଁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.