ସାନିଟାଇଜରକୁ ପାଣି ଭାବି ପିଇଦେଲେ ବିଏମସି ଡେପୁଟି କମିଶନର

ଅନେକ ସମୟରେ ପାଣି ଏବଂ ସାନିଟାଇଜର ଭିତରେ ଫରକ ଜାଣିପାରୁ ନାହାନ୍ତି ଲୋକେ, ଯାହା ଫଳରେ ସାନିଟାଇଜରକୁ ପାଣି ଭାବି ପିଇ ଦେଉଛନ୍ତି। ଏପରି ଏକ ଘଟଣା ଘଟିଛି ମୁମ୍ବଇରେ। ଏଠାକାର ବିଏମସି (ବୃହନ ମୁମ୍ବାଇ ମହାନଗର ନିଗମ)ର ଡେପୁଟି କମିଶନର ରମେଶ ପାୱାର ଭୁଲ ବଶତଃ ସାନିଟାଇଜରକୁ ପାଣି ଭାବି ପିଇ ଦେଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗଣମାଧ୍ୟମ ପ୍ରତିନିଧିମାନେ ଏ ବିଷୟରେ ପାୱାରଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଭାବିଲି ଯେ ମୋର ଭାଷଣ ଆରମ୍ଭ ପୂର୍ବରୁ ପାଣି ପିଇଦେବା ଦରକାର। ଏଥିପାଇଁ ମୁଁ ପାଖରେ ଥିବା ଏକ ବୋତଲ ଉଠାଇ ପିଇଲି। ପାଣି ଏବଂ ସାନିଟାଇଜର ବୋତଲ ସମାନ ପ୍ରକାର ଥିଲା। ଏଥିପାଇଁ ଏପରି ଭୁଲ ହୋଇଗଲା। ତେବେ ମୁଁ ତାହାକୁ ପିଇବା ପରେ ଭୁଲ କରିଥିବା ଜାଣି ତୁରନ୍ତ କାଢ଼ି ଦେଇଥିଲି।

Comments are closed.