ପାର୍ବଣ ପୂର୍ବରୁ କଣ୍ଟେନମେଣ୍ଟ ଭୟ, ରାଜଧାନୀର ରାଜେନ୍ଦ୍ରବିହାର ଆପାର୍ଟମେଣ୍ଟ ନିଷିଦ୍ଧାଞ୍ଚଳ ଘୋଷଣା

ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହେଉ ନ ହେଉଣୁ କରୋନା ପୁଣି ଭୟ ଦେଖେଇବା ଆରମ୍ଭ କରିଛି। ରାଜଧାନୀ ଭୁବନେଶ୍ୱରର ଫରେଷ୍ଟ ପାର୍କ ଅଞ୍ଚଳର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ବା ନିଷିଦ୍ଧାଞ୍ଚଳ ଜାରି କରାଯାଇଛି। ସେଠାରେ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସମ୍ପୃକ୍ତ ଅଂଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର ୧୦ଟି ଫ୍ଲାଟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ବିଏମସି ଏ ନେଇ ନୋଟିସ କରିବା ସହ ସେହି ଅଂଚଳକୁ ବାହାର ଲୋକଙ୍କ ପ୍ରବେଶ ଓ ଭିତରର ଲୋକଙ୍କୁ ବାହାରକୁ ଆସିବା ଉପରେ କଟକଣା ଜାରି କରିଛି।

ସୂଚନା ଅନୁଯାୟୀ ସେହି ଆପାର୍ଟମେଣ୍ଟର ଫ୍ଲାଟ ସଂଖ୍ୟା ଏ-୫୦୨, ଏ-୫୦୭, ଏ-୫୧୨, ବି-୦୧୩, ବି-୦୧୭, ବି-୦୧୮, ବି-୨୨୦, ବି-୨୨୨, ବି-୧୪୪ ଏବଂ ବି-୩୨୯କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ନିୟମ ମୁତାବକ ନିଷିଦ୍ଧାଞ୍ଚଳ ପରିସରରେ ଥିବା ଉଭୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ବନ୍ଦ ରହିବା ସହ ବିଏମସି ଔଷଧ ଓ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବ।

Comments are closed.