ଭୁବନେଶ୍ବରରୁ ଆଜି ୧୨୬କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୧

ଭୁବନେଶ୍ବର: ଆଜି ଭୁବନେଶ୍ବର ସହରରେ ଆଉ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୬ରୁ ୯୩ କ୍ବାରେଣ୍ଟାଇନ୍ ଏବଂ ୩୩ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି। ମଞ୍ଚେଶ୍ବର ଏକ ଅଟାକଳର ଆଉ ୩୫ ଆକ୍ରାନ୍ତ ଚିହ୍ନଟ ବୋଲି ଜଣାପଡ଼ିଛି। ଚନ୍ଦ୍ରଶେଖରପୁରରୁ ୯, ୟୁନିଟ ୨ ଅଞ୍ଚଳରୁ ୭, ରସୁଲଗଡ଼ରୁ ୪, ଏକ ଘରୋଇ ହସ୍‌ପିଟାଲ୍‌ରୁ ୪, ରିଜର୍ଭ ପୁଲିସ କଲୋନୀରୁ ୩, ନୟାପଲ୍ଲୀରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ବିରୋଧୀ କଣ୍ଟା ସାଜିଲା ମଞ୍ଚେଶ୍ବର ଅଟାକଳ। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଗତକାଲି ଅଟାକଳର ୨୬ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨ଦିନରେ ମୋଟ ୬୧ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ଭୁବନେଶ୍ବରରୁ ଆଜି ଆଉ ୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି।

Comments are closed.