ଭୁବନେଶ୍ଵରରୁ ଆଜି ୩୪୨ ଆକ୍ରାନ୍ତ, ୩୨୧ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ରବିବାର ଆଉ ୩୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୨୧ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୧ ଜଣ ଚିହ୍ନଟ ହୋଇଥିବାବେଳେ ୨୩୧ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୧୯୭ରେ ପହଞ୍ଚିଛି। ଏଥିମଧ୍ୟରୁ ୩ ହଜାର ୫୯୫ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୧୭ ହଜାର ୪୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.