ରାଜ୍ୟର ହଟ୍‌ସ୍ପଟ୍‌ ଜିଲାରୁ ଆସୁଥିବା ଲୋକଙ୍କୁ ମିଳିବନି ହୋମ୍‌ କ୍ବାରେଣ୍ଟାଇନ୍‌ ଅନୁମତି:ବିଏମ୍‌ସି କମିଶନର

ଭୁବନେଶ୍ବର: ରାଜ୍ୟର କରୋନା ହଟ୍‌ସ୍ପଟ୍ ତଥା ଅଧିକ ଆକ୍ରାନ୍ତ ଚିହ୍ନଟ ଜିଲାଗୁଡ଼ିକରୁ ଆସୁଥିବା ଲୋକଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ ପାଇଁ ଅନୁମତି ଦିଆଯିବ ନାହିଁ। ସେମାନେ ଭୂବନେଶ୍ବର ଆସିବାପରେ ସେମାନଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି। ତେଣୁ ଭୁବନେଶ୍ବର ଆସୁଥିବା କରୋନା ବହୁଳ ଅନ୍ୟଜିଲାବାସୀଙ୍କୁ ଭୁବନେଶ୍ବରରେ ହୋମ୍‌ କ୍ବାରେଣ୍ଟାଇନ୍‌ ପାଇଁ ଅନୁମତି ମିଳିବ ନାହିଁ ନିଷ୍ପତ୍ତି ହୋଇଥିବା ବିଏମ୍‌ସି କମିଶନର୍‌ ପ୍ରେମ୍‌ଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।
ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ କହିଛନ୍ତି ଯେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପୂର୍ବରୁ ଭୁବନେଶ୍ବରକୁ ହଟ୍‌ସ୍ପଟ୍‌ ସହର ଭାବେ ଘୋଷଣା କରାଯାଇଥିଲା। ତା’ପରେ ସମସ୍ତଙ୍କ ସହଯୋଗ ଯୋଗୁ ହଟ୍‌ସ୍ପଟ୍‌ରୁ ଭୁବନେଶ୍ବର କରୋନା ମୁକ୍ତ ସହର ହୋଇଥିଲା। ଏବେ ରାଜ୍ୟର ବିଭିନ୍ନ ଜିଲାରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଉଛି। ଯେଉଁସବୁ ଜିଲାଗୁଡ଼ିକରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି କିମ୍ବା ହଟ୍‌ସ୍ପଟ୍‌ ଜିଲା ଭାବେ ପରିଗଣିତ ସେହି ଜିଲାରୁ ଆସୁଥିବା ଲୋକଙ୍କ ପାଇଁ ହୋମ୍‌ କ୍ବାରେଣ୍ଟାଇନ୍‌ ପାଇଁ ଅନୁମତି ଦିଆଯିବ ନାହିଁ। କାରଣ ସେସବୁ ଜିଲାରୁ ଲୋକେ ଭୁବନେଶ୍ବର ଆସୁଛନ୍ତି ଏବଂ ସେମାନଙ୍କଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛି। ତେଣୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲାଗୁଡ଼ିକରୁ ଆସୁଥିବା ଲୋକଙ୍କ ପାଇଁ ହୋମ୍‌ କ୍ବାରେଣ୍ଟାଇନ୍‌ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଆଜିଠୁ କାର୍ଯ୍ୟକାରୀ ହେବ ହେବ। ବିଶେଷ କରି ଗଞ୍ଜାମ, କଟକ, ବାଲେଶ୍ବର, ଗଜପତି ଓ ବାଲେଶ୍ବର ଜିଲାରୁ ଆସୁଥିବା ବ୍ୟକ୍ତିଙ୍କୁ ଆନୁଷ୍ଠାନିକ କ୍ବାରେଣ୍ଟାଇନ୍‌ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ, ସରକାରୀ ନିୟମ ପାଳିବା ସହିତ ଭୂବନେଶ୍ବରକୁ କରୋନା ମୁକ୍ତ କରିବା ପାଇଁ ଏବେ ସହଯୋଗ ଜରୁରୀ। ସମସ୍ତଙ୍କ ସହଯୋଗରେ ପୁଣି ଭୁବନେଶ୍ବର କରୋନା ମୁକ୍ତ ହୋଇପାରିବ ବୋଲି ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି।

Comments are closed.