ଡିସେମ୍ବର ପ୍ରଥମ ସପ୍ତାହରେ; ୧୧ ଏମ୍‌ସିିସି କାର୍ଯ୍ୟକ୍ଷମ

ଭୁବନେଶ୍ବର : ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭୁବନେଶ୍ୱରରେ ୧୧ଟି କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର(ଏମ୍‌ସିସି)କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାୟତ୍ତ ଶାସନ ଦିବସରେ ଗୋଟିଏ ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଥିବା‌େ‌ବଳେ ଚଳିତ ମାସରେ ଆଉ ତିନୋଟିରେ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ୭ଟି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କାର୍ଯ୍ୟକ୍ଷମ ହେବ। କିଛିଦିନ ତଳେ ୟୁନିଟ୍-୮ ଅଞ୍ଚଳରେ ବିଏମ୍‌ସିର ଚତୁର୍ଥ ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଥିଲା। ଏହାପୂର୍ବରୁ ୱାର୍ଡ ନଂ ୩୨ର ଲକ୍ଷ୍ମୀସାଗର, ୱାର୍ଡ ନଂ ୩୫ର ନିକୋପାର୍କ ଏବଂ ୱାର୍ଡ ନଂ ୩୩ର ସୈନିକ ସ୍କୁଲ ନିକଟସ୍ଥ ଅଞ୍ଚଳରେ ଏମ୍‌ସିସି ଶୁଭାରମ୍ଭ କରାଯାଇଥିଲା। ସେହିପରି ୱାର୍ଡ ନଂ ୪୭ରେ ଗୋଟିଏ ଏବଂ ବଡ଼ଗଡ଼ , ପ୍ରଶାନ୍ତି ବିହାର, ପାଣ୍ଡରା, ଲକ୍ଷ୍ମୀସାଗର, ୱାର୍ଡ ନମ୍ବର ୩୬ ଓ ୱାର୍ଡ ନଂ ୨୮ର ନିକୋ ପାର୍କ ନିକଟବର୍ତ୍ତୀ ଅଞ୍ଚଳରେ ନିର୍ମାଣ ହୋଇଥିବା ଏମ୍‌ସିସି କାର୍ଯ୍ୟକ୍ଷମ ହେବ। ଏହାବ୍ୟତୀତ ଡିସେମ୍ବର ଶେଷ ସୁଦ୍ଧା ଆଉ ୧୦ଟି ଏମ୍‌ସିସି କାର୍ଯ୍ୟକ୍ଷମ ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି। ଫଳରେ ନୂଆବର୍ଷ ସୁଦ୍ଧା ସହରରେ ମୋଟ ୨୧ ଟି ଏମ୍‌ସିସି କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍‌ସି ଆଶା ରଖିଛି। ଏମ୍‌ସିସି କାର୍ଯ୍ୟକ୍ଷମ ହେଲେ ସହରର ପରିମଳ ବ୍ୟବସ୍ଥା କ୍ଷେତ୍ରରେ ସୁଧାର ଆସିବ ବୋଲି ବିଏମ୍‌ସି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି।

Comments
Loading...