ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅନିୟମିତତାର ତଦନ୍ତ ନିର୍ଦେଶ

0

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କ କାର୍ୟ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଶାନ୍ତ କୁମାର ଦାସଙ୍କୁ ତଦନ୍ତ ଭାର ଦିଆଯାଇଛି। ୬୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ତଦନ୍ତରେ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଉପ କୁଳସଚିବ ସହଯୋଗ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟରେ ଅନେକ ଅନିୟମିତତା ହୋଇଥିବା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଓ ପୂର୍ବତନ ଛାତ୍ରନେତା ଅଭିଯୋଗ ଆଣିଥିଲେ। ମାତ୍ର ଏଥିରେ କୌଣସି ସୁଫଳ ନ ମିଳିବାରୁ ସେମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଦୁର୍ନୀତି ନିବାରଣ ବିଭାଗ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।

Leave A Reply