ସମୁଦ୍ରକୂଳରୁ ବିଶାଳକାୟ ମୃତ ନୀଳତିମି ଉଦ୍ଧାର

ସାରା ଦୁନିଆରେ ସାମୁଦ୍ରିକ ଜୀବମାନଙ୍କ ବିଷୟରେ ବହୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ତଥ୍ୟ ମଧ୍ୟ ରହିଛି। ଯାହାର କେହି କେବେ କଳ୍ପନା ମଧ୍ୟ କରୁନଥିବେ। ସୋସିଆଲ ମିଡ଼ିଆରେ ଆପଣ ମଧ୍ୟ ଏଭଳି ବହୁ ସାମୁଦ୍ରିକ ଜୀବଙ୍କ ଭିଡିଓ ଦେଖୁଥିବେ ଓ ଶୁଣୁଥିବେ। ସେଭଳି ହିଁ ଏକ ସାମୁଦ୍ରିକ ଜୀବ ଏବେ ସମୁଦ୍ରରେ ଦେଖାଯାଇଛି।
ଆଜ୍ଞା ହଁ, ଇଣ୍ଡୋନେସିଆରେ ସମୁଦ୍ର କୂଳରେ ଏକ ନୀଳ ତିମି ଭାସିଆସିଛି, ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାର ଲମ୍ବ ପ୍ରାୟ ୭୫ଫିଟ୍ ବା ୨୩ ମିଟର। ଏହି ନୀଳ ତିମିର ବହୁ ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଲୋକେ ଯେତେ ବେଳେ ଏହା ନିକଟକୁ ଯାଇ ଯାଂଚ କଲେ ଜାଣିବାକୁ ପାଇଲେ ତା’ର ମୃତ୍ୟୁ ହୋଇସାରିଛି।
ଖବର ପ୍ରସାରଣ ପରେ ଆଖପାଖର ଲୋକେ ତିମିକୁ ଦେଖିବା ପାଇଁ ଏକଜୁଟ ହୋଇଯାଇଥିଲେ। ମାତ୍ର ତିମିଟିର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଅନ୍ୟକେଉଁଠାରେ ତା’ର ମୃତ୍ୟୁ ହେବା ସହ ବୋଧହୁଏ ସେ ଭାସି ଆସି ଏହି କୂଳରେ ଲାଗିଛି ବୋଲି ସନ୍ଦେହ କରାଯାଉଛି।

Comments are closed.