କ୍ୟାମେରାରେ କଏଦ ହେଲା ଦୁନିଆର ସବୁଠାରୁ ବଡ଼ ପ୍ରାଣୀର ଫଟୋ

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର ସିଡ଼ନୀର ସମୁଦ୍ର ତଟ ନିକଟରେ ଦୁନିଆର ସବୁଠାରୁ ବଡ଼ ପ୍ରାଣୀର ଫଟୋ କ୍ୟାମେରାରେ କଏଦ ହୋଇଛି। ଯାହାର ଲମ୍ବ ୮୨ ଫିଟ୍‍ ଓ ଓଜନ ପ୍ରାୟ ୧ଲକ୍ଷ କିଲୋ।
ଏକ ରିପୋର୍ଟ ଅନୁଯାୟୀ ଦୁନିଆର ସବୁଠାରୁ ବଡ଼ ଏହି ଜୀବନ ନାମ ନୀଳ ତିମି। ଯାହା ଖୁବ କମ ଦେଖାଯାଏ। ଜଣେ ବ୍ୟକ୍ତି ୧୮ ଅଗଷ୍ଟରେ ଏହି ଭିଡ଼ିଓ ସେୟାର କରିଥିଲେ। ଯାହା ଏବେ ଖୁବ ଭାଇରାଲ ହେଉଛି।
ଏହି ଦୁର୍ଲ୍ଲଭ ନୀଳ ତିମି ଖୁବ କମ ଦେଖାଯାଆନ୍ତି। ଭିଡ଼ିଓ ମଧ୍ୟ ଆକାଶ ମାର୍ଗରୁ ରେକର୍ଡ଼ ହୋଇଥିବା ଜଣାପଡ଼ିଛି। ଏହି ମାଛ ସମୁଦ୍ର ତଟ ଠାରୁ ବହୁ ଦୂରରେ ରହିଥାଆନ୍ତି। ଏମାନେ ସମୁଦ୍ରରର କେଉଁ ସ୍ଥାନରେ ରହିଥାଆନ୍ତି ତାହା ମଧ୍ୟ ଅଧିକାଂଶ ଲୋକେ ଜାଣିନଥାଆନ୍ତି। ଏହି ନୀଳ ତିମି ଦୈନିକ ପ୍ରାୟ ୩୬ ହଜାର କିଲୋଗ୍ରାମ ଖାଦ୍ୟ ଖାଇଥାଆନ୍ତି। ଏହି ତିମି ଜିଭ ଗୋଟିଏ ହାତୀ ସହ ସମାନ ବୋଲି କୁହାଯାଏ।

 

Comments are closed.