ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯, ଆହୁରି ୧୪୩୪ ନମୁନା ରିପୋର୍ଟ ଆସିବାକୁ ବାକି

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟରେ ଖୋର୍ଧା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ଏବେ ପରିସ୍ଥିତି ଅନେକାଂଶରେ ନିୟନ୍ତ୍ରଣରେ ରହିଛି । ଗତ ୨ ସପ୍ତାହ ମଧ୍ୟରେ ମାତ୍ର ଗୋଟିଏ ପଜିଟିଭ୍ ମାମଲା ଜଣାପଡ଼ିଛି । ହେଲେ ଏବେ ଯାଜପୁର, ବାଲେଶ୍ବର ଓ ଭଦ୍ରକ ଉପରେ ସମସ୍ତଙ୍କର ନଜର ରହିଛି । ଯାଜପୁରରେ ଆଜି ଗୋଟିଏ ଦିନରେ ୧୭ ନମୁନା ପଜିଟିଭ୍ ଆସିଛି । ଅପରପକ୍ଷରେ ଗତ ୨୯ ତାରିଖ ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ୩୩୨୧ଟି ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ସେଥି ମଧ୍ୟରୁ ୧୮୮୭ଟି ନମୁନାର ଟେଷ୍ଟ ରିପୋର୍ଟ ଆସି ସାରିଛି । ୧୮୮୭ଟି ଟେଷ୍ଟ ରିପୋର୍ଟରୁ ୧୦ଟି ନମୁନା ପଜିଟିଭ୍ ବାହାରିଛି । ପରୀକ୍ଷା ପାଇଁ ପଠାଯାଇଥିବା ୧୪୩୪ଟି ନମୁନାର ରିପୋର୍ଟ ଆସି ନ ଥିବାରୁ ପ୍ରଶାସନ ପାଇଁ ଏହା ଚିନ୍ତାଜନକ ରହିଛି । ଏଥିରୁ କେତେ ସଂକ୍ରମିତ ବାହାରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ସୂଚନା ଅନୁସାରେ ବାଲେଶ୍ବର ଜିଲାରେ ମୋଟ ୧୭ ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ପୌରାଞ୍ଚଳର । ୬୧ ନମ୍ବର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂକ୍ରମଣର ଶିକାର ହୋଇଥିଲେ । ଏଥିପାଇଁ ୬୧ ନମ୍ବର ସଂକ୍ରମିତଙ୍କୁ କେହିକେହି ସୁପର​‌େ​‌ସ୍ପ୍ରଡ଼ର ମଧ୍ୟ କହୁଛନ୍ତି । ଏମାନଙ୍କ ବ୍ୟତୀତ ସୋରୋ ବ୍ଲକ ଅଞ୍ଚଳରେ ୨, ଖଇରା ବ୍ଲକରେ ୧, ବାହାନଗା ଓ ନୀଳଗିରି ଅଞ୍ଚଳରେ ଜଣେ ଲେଖାଏଁ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

Comments are closed.