ଏକବିଂଶ ଶତାବ୍ଦୀର ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ ଓ ‘ରକ୍ତ ଜହ୍ନ’

0

ନୂଆଦିଲ୍ଲୀ : ୧୦୪ ବର୍ଷ ପରେ ୨୭ ଜୁଲାଇ ୨୦୧୮ ଅର୍ଥାତ ଶୁକ୍ରବାର ରାତିରେ ଏକବିଂଶ ଶତାବ୍ଦୀର ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ ଦେଖାଯାଇଛି। ଗୁରୁପୂର୍ଣ୍ଣିମା ରାତିରେ ପଡୁଥିବା ବର୍ଷର ଏହି ଦ୍ୱିତୀୟ ଗ୍ରହଣକୁ ଲୋକେ ଦେଶବ୍ୟାପୀ ଦେଖିଛନ୍ତି। ଏହାର ଅବଧି ୩ ଘଣ୍ଟା ୫୫ ମିନିଟ୍‍ ରହିବ। ପ୍ରାୟ ୧ ଘଣ୍ଟା ୪୨ ମିନିଟ୍‍ ୫୭ ସେକେଣ୍ଡ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ। ଶୁକ୍ରବାର ରାତି ୧୦ଟା ୪୪ରୁ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିଥିଲା। ଚନ୍ଦ୍ରଗ୍ରହଣ ପ୍ରଥମ ଖଣ୍ଡଗ୍ରାସ ରାତି ୧୧ଟା ୫୪ରେ ଆରମ୍ଭ ହାଇଥିଲା ଓ ଏହାକୁ ଲୋକେ ଖାଲି ଆଖିରେ ଦେଖି ପାରିଥିଲେ । ମେଘାଛନ୍ନ ଆକାଶ ଯୋଗୁଁ ଓଡ଼ିଶା ଲୋକେ ଏହାକୁ ଭଲରେ ଦେଖିପାରି ନାହାନ୍ତି । ରାତି ପ୍ରାୟ ୧ଟାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି। ଏହା ରାତି ୨ଟା ୪୩ରେ ଶେଷ ହେବ। ୧ଟା ୧୫ରୁ ୨ଟା ୪୩ ମଧ୍ୟରେ ଲୋହିତ ଚନ୍ଦ୍ର ବା ଲାଲ ଜହ୍ନ, ରକ୍ତ ଜହ୍ନ ଦେଖି ହୋଇଥିଲା। ଏହାପରେ ଅନ୍ତିମ ପର୍ଯ୍ୟାୟ ଆଶିଂକ ଚନ୍ଦଗ୍ରହଣ ଶନିବାର ପାହାନ୍ତା ୩.୪୯ରେ ଶେଷ ହେବ।
ପ୍ରାୟ ୧୦୪ ବର୍ଷ ତଳେ ୧୯୧୪ରେ ଏପରି ଳମ୍ବା ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡିଥିଲା। ସେହି ଚନ୍ଦ୍ରଗ୍ରହଣ ଭାରତ ସମେତ ଅନ୍ୟ ଦେଶରେ ଦେଖାଯାଇଥିଲା। ଏହାପରେ ୨୦୧୯ ଜାନୁଆରୀ ୨୧ରେ ଆଗାମୀ ଚନ୍ଦ୍ରଗ୍ରହଣ ପଡ଼ିବ ଓ ତାହା ୧ ଘଣ୍ଟା ୨ ମିନିଟ୍‍ ପର୍ଯ୍ୟନ୍ତ ରହିବ। ଏହା ପୂର୍ବରୁ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ ୨୦୦ ମସିହା ଜୁଲାଇ ୧୬ରେ ପଡିଥିଲା ଓ ତାର ଅବଧି ୧ ଘଣ୍ଟା ୪୭ ମିନିଟ୍‍ ପର୍ଯ୍ୟନ୍ତ ରହିଥିଲା।
ଚନ୍ଦ୍ରଗ୍ରହଣ ଏକ ମହାଜାଗତିକ ଘଟଣା। ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟକୁ ଏକ ସରଳ ରେଖାରେ ପୃଥିବୀ ଆସିଗଲେ ଚନ୍ଦ୍ରଗ୍ରହଣ ହୋଇଥାଏ। ଏଭଳି ସ୍ଥିତିରେ ସୂର୍ଯ୍ୟର କିରଣ ଚନ୍ଦ୍ରରେ ପଡେନାହିଁ। ଫଳରେ ଚନ୍ଦ୍ର ଆଉ ପୃଥିବୀକୁ ଦେଖାଯାଏ ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ ଏହା ଏକ ଅଶୁଭ ଘଟଣା ଅଟେ। ଏହାର ଛାୟାରୁ ବଞ୍ଚିବା ପାଇଁ ଲୋକେ ଗ୍ରହଣ ପରେ ସ୍ନାନ ଓ ଦାନ କରିଥାନ୍ତି।
ଗ୍ରହଣ ସମୟରେ ଏହା କରନ୍ତୁ ନାହିଁ
ଗ୍ରହଣ ସମୟରେ ଭୋଜନ କରନ୍ତୁ ନାହିଁ।
ଗ୍ରହଣ ସମୟରେ ନ ଶୋଇବା ଭଲ।
ଗ୍ରହଣକୁ ଖାଲି ଆଖିରେ ଦେଖନ୍ତୁ ନାହିଁ।
ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କ ପ୍ରତି ଖାସ୍‍ ଧ୍ୟାନ ଦେବା ଆବଶ୍ୟକ। କାରଣ ଗ୍ରହଣ ସମୟରେ ପରିବେଶରେ ଏକ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ଛୁଆ ଏବଂ ମାଆ ପାଇଁ ହାନିକାରକ ହୋଇଥାଏ।

Leave A Reply