ସ୍ୱେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କଲେ ବିଧାୟକ

ବଡ଼ମ୍ବା  : ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ତଥା ବିଜୁ ଯୁବ ଜନତା ସହଯୋଗରେ ତୁଣପୁରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ମହତଦାନ ବାର୍ତ୍ତା ଦେବାସହ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରି ପ୍ରମାଣପତ୍ର ପ୍ରଦାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ,ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁ, ଯୁବନେତା ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଗ୍ରାମର ଯୁବନେତା ଅମୂଲ୍ୟକୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବରକୁ ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ଚୌଧୁରୀ,ଭୀମସେନ ଚୌଧୁରୀ,ପ୍ରଫୁଲ୍ଲ ସାମନ୍ତରା, ସୁଜିତକୁମାର ବାରିକ, ବାସୁଦେବ ବାରିକ ପ୍ରମୁଖ ଉପସ୍ଥିତପୂର୍ବକ ସହଯୋଗ କରିଥିଲେ। ଶିବରରେ ସମୁଦାୟ ୭୦ ୟୁନିଟ ରକ୍ତ ସଂଗ୍ରହ କ ରାଯାଇଥିଲା।

Comments are closed.