ବିଶ୍ୱ ରକ୍ତଦାତା ଦିବସ

ପ୍ରତିବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍‍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ, ଏ, ଏବଂ ବି) ଆବିଷ୍କାର କରିଥିଲେ। ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ। ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଓ+, ଓ-, ଏ+, ଏ, ବି+, ବି- ଏବଂ ଏବି। ବିଶ୍ୱରେ ପ୍ରତି ୩ଜଣରେ ଜଣେ ଓ+, ପ୍ରତି ୧୫ ଜଣରେ ଜଣେ ଓ-, ପ୍ରତି ୩ ଜଣରେ ଜଣେ ଏ+, ପ୍ରତି ୧୬ ଜଣରେ ଜଣେ ଏ-, ପ୍ରତି ୧୨ ଜଣରେ ଜଣେ ବି+, ପ୍ରତି ୬୭ଜଣରେ ଜଣେ ବି-, ପ୍ରତି ୨୯ଜଣରେ ଜଣେ ଏବି+ ଏବଂ ପ୍ରତି ୧୬୭ ଜଣରେ ଜଣେ ଏବି- ରକ୍ତବର୍ଗର ମଣିଷ ଅଛନ୍ତି ଓ- ବର୍ଗର ରକ୍ତ ଯେ କୌଣସି ରକ୍ତବର୍ଗ ଥିବା ମଣିଷ ଗ୍ରହଣ କରିପାରନ୍ତି। ଏଣୁ ଏହାର ଚାହିଦା ସର୍ବାଧିକ। ତେବେ ମାତ୍ର ୭ ପ୍ରତିଶତ ଭାରତୀୟ ଏହି ବର୍ଗର ରକ୍ତଧାରୀ। ପ୍ରତ୍ୟେକ ସୁସ୍ଥ ସବଳ ପ୍ରାପ୍ତ ବୟସ୍କ ମଣିଷ ଶରୀରରେ ପ୍ରାୟ ୧୦ ୟୁନିଟ୍‍ ବା ୧୦ ପିଣ୍ଟ ରକ୍ତ ଥାଏ। ସେ ଚାହିଁଲେ ପ୍ରତି ୫୬ ଦିନରେ ଥରେ ମାତ୍ର ୧ ପିଣ୍ଟ ରକ୍ତଦାନ କରିପାରେ। ପ୍ରତିବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଶରୀରରେ ୫୦ ମି.ଲି. ରକ୍ତର ଆବଶ୍ୟକ ହୋଇଥାଏ। ଅବଶିଷ୍ଟ ରକ୍ତକୁ ବଳକା ରକ୍ତ କୁହାଯାଏ। ଏଣୁ ଉକ୍ତ ରକ୍ତକୁ ଦାନ କଲେ ତାହା କାର୍ଯ୍ୟରେ ଆସିଥାଏ। ଆହୁରି ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ କୁହାଯାଇପାରେ ଯେ ରକ୍ତଦାନ କଲେ ଅସ୍ଥିମଜା ସକ୍ରିୟ ହୁଏ।
ଦେହ ସୁସ୍ଥ ଓ କର୍ମଠ ରୁହେ। ଦେହରୁ ଚର୍ବିଅଂଶ କମିଯାଏ। ହୃଦ୍‍ରୋଗ ଦୂର ହୁଏ ଓ ସର୍କରାଜାତୀୟ ଅଂଶ ସନ୍ତୁଳିତ ହୋଇଥାଏ। ଏହି ସବୁକୁ ବିଚାରକୁ ନେଇ ଜାତୀୟ ରକ୍ତ ସଞ୍ଚାଳନ ପରିଷଦ ନାମରେ ଏକ ସୋସାଇଟି ଗଠନ କରାଯାଇ ଏହିସବୁ ବିଷୟରେ ବିଶଦ ଆଲୋଚନା କରାଯାଇ ଜନସଚେତନତା ସୃଷ୍ଟି କରାଯାଏ।

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର,
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

Comments are closed.