ଜନ୍ମଦିନରେ ରକ୍ତଦାନ କରି ଉଦାହାରଣ ସୃଷ୍ଟି କରିଛନ୍ତି ସ୍ମୃତିରଞ୍ଜନ, ୪୭ ଥର କଲେଣି ରକ୍ତଦାନ 

କେଶଦୁରାପାଳ: କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ବେଳେ ନିଆରା ଢଙ୍ଗରେ ଜଣେ ଯୁବକ ନିଜ ଜନ୍ମଦିନରେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି। ସ୍ମୃତିରଞ୍ଜନ ୪୭ ଥର ରକ୍ତଦାନ କରି ଅନେକ ରୋଗୀଙ୍କ ଜୀବନ ରାକ୍ଷା କରିଥିବା ପ୍ରକାଶ କରିଛନ୍ତି।

ଘଷିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡା ପଞ୍ଚାୟତର କଣ୍ଟାବଣିଆ ଗ୍ରାମର ସ୍ମୃତିରଞ୍ଜନ ଜେନା ତାଙ୍କ ଜନ୍ମ ଦିନରେ ଆନନ୍ଦପୁର ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ। ଏହା ତାଙ୍କର ୪୭ ତମ ରକ୍ତଦାନ ଏଥିସହ ବିଭିନ୍ନ ସମୟରେ ରକ୍ତଦାନ ଶିବିରରେ ରକ୍ତଦାନ କରିବା ସହ ଯେକୌଣସି ବ୍ୟକ୍ତିଙ୍କ ରକ୍ତ ଦରକାର ହେଲେ ସଙ୍ଗେ ସଙ୍ଗେ ରକ୍ତ ଦେବା ପାଇଁ ବାହାରିପଡ଼ନ୍ତି। ତାଙ୍କର ଏପରି କାର୍ୟ୍ୟ ପାଇଁ ଗ୍ରାମର ବରିଷ୍ଠ ବ୍ୟକ୍ତିଙ୍କ ସହ ବିଭିନ୍ନ ସଂଗଠନ ପକ୍ଷରୁ ସ୍ମୃତିରଞ୍ଜନକୁ ସାଧୁବାଦ ଦେଇଛନ୍ତି।

Comments are closed.