ଓଡିଶା ମୋ ପରିବାର ଆନୁକୁଲ୍ୟରେ ସତ୍ୟବାଦୀରେ ରକ୍ତଦାନ ଶିବିର

ସୁଆଣ୍ଡୋ: ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଜନତାଦଳ ପକ୍ଷରୁ ସତ୍ୟବାଦୀରେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଓ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମକୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉଦଘାଟନ କରିିଥିଲେ। ପୁରୀ ରକ୍ତଭଣ୍ଡାର ମୁଖ୍ଯ ଡ ଦୀପକ ସାହୁ ଓ ତାଙ୍କ ସହଯୋଗୀଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ବ୍ଲକ ବିଜେଡି ସଭାପତି ପ୍ରମୋଦକୁମାର ରାଉତରାୟ ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଓ ଜୀବନବିନ୍ଦୁ ଜିଲା ସଂଯୋଜକ ସୁବାସିତ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସତ୍ୟବାଦୀବ୍ଲକ ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଧାୟକ ଉକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

Comments are closed.