ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଛତ୍ରପୁର: ଗଞ୍ଜାମ ଜିଲାର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗୁରୁବାର କଲେଜର ଯୁବ ରେଡକ୍ରସ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ ଅନୁଷ୍ଠାନର ପରାମର୍ଶଦାତା ମନୋରଞ୍ଜନ ମହାରଣା ଏହି ରକ୍ତଦାନ ଶିବିରକୁ ପରିଚଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପିଙ୍କି ରାଣୀ ଦେଇ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ ୩୮ ୟୁନିଟ ରକ୍ତ ସଂଗୃହିତ ହୋଇଛି।

ବ୍ଳଡ୍ ବ୍ୟାଙ୍କ ତରଫରୁ ଡ. ରଶ୍ମିତା ପାଣିଗ୍ରାହୀ ତାଙ୍କ ଟିମ ସହ ଉପସ୍ଥିତ ଥିଲେ। ବୁଦୁରାମ ସିଂହ, ପ୍ରଭାକର ପାଢ଼ୀ, ସର୍ବେଶ୍ୱର ନାୟକଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.