ମହାକାଳବସ୍ତରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

୨୦୧ୟୁନିଟ୍‍ ରକ୍ତ ସଂଗୃହୀତ

ଆଠଗଡ :  ରାଜ୍ୟ ବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଏକମାସ ଧରି ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନର ଶେଷ ପର୍ଯ୍ୟାୟରେ ଆଠଗଡ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମହାକାଳବସ୍ତ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ।  ଏହି ରକ୍ତଦାନ ଶିବିରରେ ମୋଟ ୨୦୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦ୍‍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ସ୍ୱାଇଁ ଉଦବୋଧନ ଦେଇ ପ୍ରତ୍ୟେକ ମଣିଷର ଜୀବନ ମୂଲ୍ୟବାନ ଏବଂ ଆଠଗଡ ଅଞ୍ଚଳରେ କେହି ଯେପରି ରକ୍ତବିନା ମୃତ୍ୟୁବରଣ ନକରେ ସେହି ଦିଗରେ ବିଜୁ ଯୁବଛାତ୍ର ଜନତା ଦଳର କର୍ମୀ ସଂକଳ୍ପବଦ୍ଧ ହେବା ପାଇଁ ଆହ୍ୱାନ ଜଣାଇଥିଲେ। ରକ୍ତର ବିକଳ୍ପ ଏ ପର୍ଯ୍ୟନ୍ତ ବିଜ୍ଞାନ ସୃଷ୍ଟି କରିପାରିନାହିଁ, ତେଣୁ ଜଣଙ୍କର ରକ୍ତଦାନ ଦ୍ୱାରା ଅନ୍ୟଜଣଙ୍କର ଜୀବନ ବଞ୍ଚୁଥିବାରୁ ରକ୍ତଦାନ ସର୍ବଶ୍ରେଷ୍ଠ ଦାନ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲାପରିଷଦ ସଦସ୍ୟା ଜାନକୀଲତା ନାୟକ, ସମିତି ସଭ୍ୟା ବଚନି ପାଢୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯାଗଦେଇ ଉଦ୍‍ବୋଧନ ଦେଇଥିଲେ। ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତି, କର୍ମକର୍ତ୍ତା ଶୁଭେନ୍ଦୁ ବେଉରା, ଜୀବନବିନ୍ଦୁ ଆବାହକ ରାକେଶ ଦାଶ ପ୍ରମୁଖ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ବିଷ୍ଣୁଚରଣ ପୁହାଣ, ବ୍ରଜବନ୍ଧୁ ସାହୁ, ଅଶୋକ କୁମାର ରାଉଳ, ରାଜେନ୍ଦ୍ର ପୁହାଣ, ଲୁଲୁ ପୁହାଣ, ଲକ୍ଷ୍ମୀକାନ୍ତ ରାଉଳ, ଜୟନ୍ତ କୁମାର ରାଉତ, ସଂଗ୍ରାମ ପଣ୍ଡା, ଆଲୋକ ରାଉଳ, ନିହାର ରଞ୍ଜନ ରାଉତ, ବିଶ୍ୱନାଥ ପୁହାଣ ଓ ଆର୍ତ୍ତବନ୍ଧୁ ପୁହାଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.