ବିଜେଡି ପକ୍ଷରୁ ୩ ପଞ୍ଚାୟତରେ ସଫେଇ ଓ ରକ୍ତଦାନ କାର୍ଯ୍ୟକ୍ରମ

ଆଠଗଡ :  ରାଜ୍ୟ ବିଜେଡି ପକ୍ଷରୁ ମାସେ ବ୍ୟାପୀ ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନ ପରିପ୍ରେକ୍ଷୀରେ ଆଠଗଡ ବ୍ଲକର ୩ଟି ପଞ୍ଚାୟତରେ ଗୋଟିଏ ଦିନରେ ସଫେଇ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମେଘା ଓ ବଡଭୂଇଁ ପଞ୍ଚାୟତରେ ଦଳୀୟ ଯୁବନେତା ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିଦ୍ୟାଳୟ, ମନ୍ଦିର ପରିସର ଓ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ସେହିପରି ସମସରପୁର ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନଜୀବୀ ଆଦିତ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ମୁମୁର୍ଷୁ ରୋଗୀଙ୍କ ଜୀବନ ରକ୍ଷା ଲାଗି ଆଗେଇ ଆସିବା ପାଇଁ ଯୁବକ ଛାତ୍ରମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଶିବିରରେ କଟକ ରେଡକ୍ରସ ରକ୍ତ ଭଣ୍ଡାର ଡାକ୍ତରୀ ଦଳ ଯୋଗଦେଇ ୨୪୨ଜଣ ସ୍ୱେଚ୍ଛାକୃତ ରକ୍ତଦାତାଙ୍କର ରକ୍ତ ସଂଗ୍ରହ କରିଥିଲେ । ଏହି ୩ ପଞ୍ଚାୟତରେ ଅନୁଷ୍ଠିତ ଏହି ସବୁ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ, ମନୋଜ ସାମଲ, ବିପିନ ସ୍ୱାଇଁ, ସରପଞ୍ଚ ସ୍ମରଣୀକା ସାହୁ, ସମସରପୁର ସରପଞ୍ଚ ସୁଚିସ୍ମିତା ବେହେରା, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ଅଜୟ ସ୍ୱାଇଁ ସଭାପତି ନୀଳମଣି ସାହୁ, ଛାତ୍ର ବିଜେଡି ସବାପତି ସତ୍ୟପ୍ରିୟ ମହାନ୍ତି, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ମହିଳା ସଭାନେତ୍ରୀ ଅଶାନ୍ତି ବେହେରା, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଶୁଭେନ୍ଦୁ ବେଉରା, ପ୍ରଭଞ୍ଜନ ସେଠୀ, ରେଣୁବାଲା ବସ୍ତି, ହୃଷିକେଶ ବେହେରା, ପ୍ରମୁଖଙ୍କ ସମେତ ବହୁ ଦଳୀୟ ତୁଙ୍ଗନେତା ଯୋଗ ଦେଇଥିଲେ।

Comments are closed.