ଆମ ପୁଲିସର ମେଗା ରକ୍ତଦାନ ଶିବିର

ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲା ଓ ଛତ୍ରପୁର ଆମ ପୁଲିସ ଥାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିଥିଲେ। ବହୁ ମାତ୍ରରେ ରକ୍ତଦାତା ରକ୍ତ ଦାନ କରିଥିଲେ। ଏଣିକି ଜ଼ିଲ୍ଲାରେ ଆଉ ରକ୍ତର ଅଭାବ ହେବନି ବୋଲି ମୁଖ୍ୟ ଅତିଥି କହିଥିଲେ। ଶେଷରେ ସମସ୍ତ ରକ୍ତଦାତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ। ସହରର ବୁଦ୍ଧିଜୀବୀ, ଅଂଚଳର ଯୁବକ, ପୁଲିସ, ସାମାଜିକ ସଂଗଠନ ଓ ସଚେତନ ନାଗରିକ ଯୋଗଦେଇ ରକ୍ତଦାନ କରିଥିଲେ। ଏପରିକି ଜଣେ ଭିନ୍ନକ୍ଷମ ସେ ନିଜ ଜୀଵନ ବହୁବାର ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପରିଚଳନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ ମହାରଣା, ଏସଡିପିଓ ଗୋତମ କିଷାନ, ଏପିପି ରାଜେଶ କୁମାର ମିଶ୍ରଙ୍କ ସମେତ ଛତ୍ରପୁର ଥାନାର କର୍ମଚାରୀମାନେ ସହଯୋଗ କରିଥିଲେ।

Comments are closed.