ତାଳପଦର ସଚେତନ ସଂଗଠନ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ତାଳପଦର: ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଲପଦର ଗ୍ରାମର ଉତ୍ସାହି ଯୁବକମାନଙ୍କ ଦ୍ୱାରା ଗଠିତ ‘ସଚେତନ ସଂଗଠନ’ ଆନୁକୂଲ୍ୟରେ ଆଜି ସରସ୍ୱତୀ ଶିଶୁ ମନ୍ଦିର ତାଳପଦର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତ ଦାନ ଶିବିରରେ ଡ. ସୁସ୍ମିତା ଦାସ ( ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ) ମୁଖ୍ୟ ଅତିଥି ଓ ଡ. ରାଜେଶ ତ୍ରୀପାଠୀ (ଏମ୍‍.ଡି,ଡି.ଏସ୍‍.ସି.ଏଚ୍‍), ଡ଼. ଗୀତାରାଣୀ ରାଉତ, ଡ଼. ସନତ ଠାକୁର, ଆଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ପୂର୍ବତନ ସରପଂଚ ନାରାୟଣ ଭୋଇ, ସମ୍ମାନିତ ଅତିଥି ଭାବେ ଯୋଗଦାନ କାରିଥିବା ବେଲେ ସଭାରେ ସଭାପତିତ୍ୱ କରିଥିଲେ କ୍ଷୀରୋଦ ପଧାନ ଓ ସଭା ପରିଚାଳନା କରିଥିଲେ ଧମେନ୍ଦ୍ର ପଧାନ।

ଏହି ଅବସରରେ ଜୀବନରେଖାର ସଂପାଦକ ପ୍ରଦ୍ୟୁମ୍ନ ତ୍ରୀପାଠୀଙ୍କୁ ସଂଗଠନ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶିବିରରେ ୭ଜଣ ମହିଳା ଓ ୪୪ଜଣ ପୁରୁଷ ରକ୍ତଦାନ କରିଥିଲେ। ଏଥିରେ ରକ୍ତଭଣ୍ଡାର ବରଗଡ଼ ତରଫରୁ ସବିତା ନାଏକ ଓ ରୋଜି ନାଏକ ଯୋଗଦାନ କରିଥିଲା ବେଳେ ଭୋଲାନାଥ ସାହୁ, ଛିନୁ ପଧାନ, ଗୋବର୍ଦ୍ଧନ ବାଗ, ଧର୍ମେନ୍ଦ୍ର ମହାପାତ୍ର, ସାମ୍ବାଦିକ ପ୍ରାଣବନ୍ଧୁ ସାହୁ, ସଂଗଠନ ସଂପାଦକ ଶୁସାନ୍ତ ସାହୁ ସମେତ ସଚେତନ ସଗଂଠନର ସମସ୍ତ କର୍ମୀ ଯୋଗଦାନ କରିଥିଲେ।

Comments are closed.