ଚକାପାଦରେ ରକ୍ତଦାନ ଶିବିର

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଚକାପାଦ ସ୍ଥିତ ଗୁରୁକୁଳ ଆଶ୍ରମ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ବିଜେଡ଼ି ବ୍ଳକ ସଭାପତି ରାଜେଶ କୁମାର ଦିଗାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଚକାପାଦ ସାଂସଦ ପ୍ରତିନିଧି ଉମାଚରଣ ମଲିକ , ବ୍ଳକ ଅଧ୍ୟକ୍ଷ ପ୍ରଭଂଜନ କହଁର, ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ ବିମଳ ନାୟକ, ଜିଲା ଛାତ୍ର ସଭାପତି ସୁନିଲ୍‍ ସେଠୀ , ବ୍ଳକ ମହିଳା ବିଜେଡ଼ି ସଭାନେତ୍ରୀ ପୁଷ୍ପଲତା ବେହେରା ଓ ଅନ୍ୟମାନେ ଏଥିରେ ଯୋଗଦେଇ ରକ୍ତଦାନ ମାନଙ୍କୁ ଉତ୍ସାହିତ କରିଥିଲେ। ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Comments are closed.