ରକ୍ତଦାନ କରି ଉଦାହରଣ ସୃଷ୍ଟିକଲେ ଧବଳେଶ୍ୱର ପୂଜକ ସମାଜ

ଗୁରୁଡିଝାଟିଆ : ଧବଳେଶ୍ୱର ମନ୍ଦିର ବନ୍ଦ। କେବଳ ପ୍ରଭୂଙ୍କ ନୀତିକାର୍ଯ୍ୟ ହେଉଛି। ଭକ୍ତ ଆସୁନଥିବାରୁ ପୂଜକ ସମାଜ ଘୋର ଅର୍ଥନୈତିକ ସଂକଟ ଭିତରେ ଗତି କରୁଛନ୍ତି। ସହାୟତା ପାଇଁ ଦେବୋତ୍ତର କମିସନର,ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି। କିନ୍ତୁ ପ୍ରଭୂ ଧବଳେଶ୍ୱରଙ୍କୁ ପୂଜା କରୁଥିବା ପୂଜକ ସମାଜ ମାନବିକତା ଠାରୁ ଦୂରେଇ ଯାଇନାହାନ୍ତି। ଆର୍ଥିକ ଦୁର୍ଦୁିନରେ ଥିଲେ ମଧ୍ୟ ପ୍ରଭୂଙ୍କ ନୀତିକାନ୍ତି କରିବା ସହିତ ଆଉ ଦୁଇପାଦ ଆଗକୁ ଯାଇ କରୋନା ମହାମାରୀ ସମୟରେ ରକ୍ତ ସଂକଟ ଦୂରିଭୂତ କରିବାପାଇଁ ଆଗେଇ ଆସି କରିଛନ୍ତି ରକ୍ତଦାନ ଶିବିର। ପୂଜକ ସମିତିର କର୍ମକର୍ତ୍ତା ଓ ଯୁବକମାନେ ୪୦ ୟୁନିଟ ରକ୍ତ ଦାନ କରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ।

ବହୁ ରୋଗୀ କରୋନା ମହାମାରୀ ସମୟରେ ରକ୍ତ ସଂକଟ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୂଜକ ସମାଜ ବ୍ୟତିବସ୍ତ ହୋଇପଡ଼ିଥିଲେ। ନିଜେ କଷ୍ଟ ମଧ୍ୟରେ ଥିଲେ ବି ରକ୍ତ ସଂକଟ ପାଇଁ କେହି ଜୀବନ ନ ହାରନ୍ତୁ ସେଥିପାଇଁ ଆୟୋଜନ କରିଥିଲେ ରକ୍ତଦାନ ଶିବିର। କେନ୍ଦ୍ରିୟ ରେଡକ୍ରସ ଡାକ୍ତର ଅଭିନାଶ ଦାସ ଓ ବିଶ୍ୱ ରଞ୍ଜନ ସାହୁ ଉପସ୍ଥିତ ରହି ୪୦ ୟୁନିଟ ରକ୍ତ ରକ୍ତଦାତାଙ୍କ ଠାରୁ ସଂଗୃହୀତ କରିଥିଲେ। ପୂଜକ ସମାଜର ସମୟ ରଞ୍ଜନ ପଣ୍ଡା, ସଂଗ୍ରାମ ପଣ୍ଡା, ସୀତେଶ ପତ୍ରୀ, ବିନୋଦ ପତ୍ରୀ, ରଞ୍ଜନ ପତ୍ରୀ, ସରରେଶ ପତ୍ରୀ, ସୌମ୍ୟରଞ୍ଜନ ପଣ୍ଡା ଓ ରଶ୍ମୀରଞ୍ଜନ ପତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ କୋଭିଡ ନିୟମ ପାଳନ କରି ପରିଚାଳନା କରିଥିଲେ।

Comments are closed.