ସୋସିଆଲ ମିଡିଆରେ ଖବର ପାଇ ରକ୍ତଦାନ କଲେ ଯୁବନେତା, ବଞ୍ଚାଇଲେ ଯୁବତୀଙ୍କ ଜୀବନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୂରିବାହାଲ ବ୍ଲକ ଅନ୍ତର୍ଗତ ଗମ୍ବାରିଖଳା ଗାଁର ଜଣେ ୨୭ ବର୍ଷିୟ ଯୁବତୀଙ୍କର ଚିକିତ୍ସାଧିନ ଅବସ୍ଥାରେ ଏବି ପଜିଟିଭ ରକ୍ତ ଜରୁରୀ ଆବଶ୍ୟକ ପଡିଥିଲା। ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଆବଶ୍ୟକ ଗ୍ରୁପର ରକ୍ତ ନଥିଲା। ସାମାଜିକ ଗଣମାଧ୍ୟମ ଜରିଆରେ ଖବର ପାଇ ବଲାଙ୍ଗୀର ଜିଲ୍ଲା ଯୁବ ବିଜେଡି ସଂପାଦକ ଯୁଧିଷ୍ଠୀର ଭରାସଗ୍ରିଆ ୩୦ କି.ମି. ଦୂରରୁ ରକ୍ତଦାନ ପାଇଁ ରବିବାର ସନ୍ଧ୍ୟା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସାଧିନ ଭଉଣୀଙ୍କର ଜୀବନ ରକ୍ଷା କରିଛନ୍ତି। ଯୁବନେତା ସଗ୍ରିଆ ବିଜେଡିର ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଆଗେଇ ଆସିଥିଲେ ରକ୍ତଦାନ ପାଇଁ। ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ବିଜେଡି ବରିଷ୍ଠନେତା ଅଜୟ ଦାସ, ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର ପ୍ରମୁଖ ଯୁଧିଷ୍ଠୀରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.