ଜୁନାଗଡ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଜୁନାଗଡ : କଳାହାଣ୍ଡି ଜିଲ୍ଲା ଜୁନାଗଡସ୍ଥିତ ଅଗ୍ରେସନ୍ ଭଵନ ଠାରେ ଜୁନାଗଡ ପୁଲିସ ଦ୍ଵାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ କଳାହାଣ୍ଡି ଏସପି ବାତୁଲ ଗଙ୍ଗାଧର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଧର୍ମଗଡ଼ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଏବଂ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତ ଦାନ ଶିବିରରେ ଜୁନାଗଡ ଅଞ୍ଚଳର ବହୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ। ଏହି ଶିବିରରେ ୧୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରକୁ  କଳାହାଣ୍ଡି ରେଡକ୍ରସ ଓ ଧର୍ମଗଡ ରେଡକ୍ରସର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସ୍ଥାନୀୟ ବାସିନ୍ଦା ପୁଲିସ କର୍ମଚାରୀ ସହଯୋଗ କରିଥିଲେ।

Comments are closed.