ରକ୍ତ ଦାନ କଲେ ଥାନା ଅଧିକାରୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା  ସୋରଡ଼ା  ଲାୟନସ  କ୍ଳବ  ଓ  ଏମକେସିଜି ମେଡିକାଲ କଲେଜ ବ୍ଲଡ଼ ବ୍ୟାଙ୍କ ତରଫରୁ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଯୋଗ ଦେଇ ନିଜେ ରକ୍ତଦାନ କରିଛନ୍ତି। ଆଇଆଇସିଙ୍କ ଏପରି ମହତ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି। କାର୍ୟ୍ୟକ୍ରମରେ ସୋରଡ଼ା ତହସିଲଦାର ଅମର କୁମାର , ବସନ୍ତରାୟ ଲାୟନସ କ୍ଳବର ସଭାପତି ରଜନୀ କାନ୍ତ ପାତ୍ର, ଶିବ ଶଙ୍କର ପଣ୍ଡା, ବରିଷ୍ଠ ସଦସ୍ୟ ଦଣ୍ଡପାଣି ଖାଡ଼ଙ୍ଗାଙ୍କ ସମେତ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.