ରକ୍ତଭଣ୍ଡାରର ଠିକା କର୍ମଚାରୀଙ୍କୁ ଦରମା ଦିଆ ଯାଉ 

ଭୁବନେଶ୍ବର: ରକ୍ତଭଣ୍ଡାରରେ କାମ କରୁଥିବା ଠିକା କର୍ମଚାରୀ ମାନଙ୍କୁ ଦୀର୍ଘ ଦିନ ଧରି ପାରିଶ୍ରମିକ ଦିଆ ନ ଯିବା ଦୁର୍ଭାଗ୍ୟଜନକ। ଯଦି ସେମାନଙ୍କୁୁ ଦରମା ଦିଆ ନ ଯିବ ତେବେ ସେମାନଙ୍କ ପରିବାର ଚଳିବ କେମିତି। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ସେମାନଙ୍କର ପାରିଶ୍ରମିକ ପ୍ରଦାନ କରନ୍ତୁ ବୋଲି ବିଧାନସଭାରେ ଦାବି କରିଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ।

ଶ୍ରୀ ସେଠୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ରାଜ୍ୟରେ ଥିବା ରକ୍ତଭଣ୍ଡାର ମାନଙ୍କରେ ମୋଟ ୧୮୫ ଜଣ ଠିକା କର୍ମଚାରୀ ଅଛନ୍ତି। ସେମାନେ ରକ୍ତଦାନ ପରି ଗୁରୁତ୍ୱପୂର୍ଣ କାମ କରୁଛନ୍ତି। ହେଲେ ସେମାନଙ୍କୁ ଦୀର୍ଘ ଦିନ ଧରି ପାରିଶ୍ରମିକ ଦିଆ ଯାଇ ନାହିଁ। ତେଣୁ ଏହା ଏକ ସଂବେଦନଶୀଳ ବିଷୟ ହୋଇଥିବାରୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Comments are closed.