MEllora 950×100

ପଞ୍ଚାୟତ ପରିଦର୍ଶନରେ ବ୍ଲକର ସମସ୍ତ ଅଧିକାରୀ

ବିଭାଗୀୟ ଅଧିକାରୀଙ୍କୁ ନପାଇ ଫେରିଲେ ଜରୁରୀ କାର୍ଯ୍ୟରେ ଆସିଥିବା ହିତାଧିକାରୀ

ସାକ୍ଷୀଗୋପାଳ : ସତ୍ୟବାଦୀ  ବ୍ଲକ ଅନ୍ତର୍ଗତ ରାଇଖଣ୍ଡି, ମହୁରା, କେତକୀପାଟଣା, ବଳରାମପୁର ଗଡ଼ ପଞ୍ଚାୟତକୁ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ସହକାରୀ ଯନ୍ତ୍ରୀ ବିଶ୍ଵ ମୋହନ ପଟ୍ଟନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଗସ୍ତ କରି ପଞ୍ଚାୟତ ଅଫିସ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥଲେ। ଚାରିଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପିଇଓ, ଜିଆରଏସ ମାନଙ୍କ ସହ ଉନ୍ନୟନ କାର୍ଯ୍ୟ ସଂପର୍କିତ ଆଲୋଚନା କରିବା ଏବଂ ସହମତି ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ପଞ୍ଚାୟତ ପ୍ରତିନିଧି ମାନେ ପୁଷ୍ପ ଗୁଚ୍ଛ ଦେଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ସ୍ଵାଗତ କରିଥିଲେ।
ଅନ୍ୟପଟେ ବ୍ଲକର ଅଧିକାଂଶ ଅଧିକାରୀ ପଞ୍ଚାୟତ ପରିଦର୍ଶନରେ  ଯାଇଥିବା ବେଳେ ଏହି ସମୟରେ ବ୍ଲକକୁ ବିଭିନ୍ନ ସରକାରୀ କାମରେ ଆସିଥିବା ହିତାଧିକାରୀ ମାନେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ  ଦୀର୍ଘ ସମୟ ଅପେକ୍ଷା କରି ହତାଶ ହୋଇ ଫେରିଥିଲେ। ବାମଦେଇପୁରର ଟୁକୁନା ଦେଇ, ଅଳଗୁମର ଜଗନ୍ନାଥ ସାହୁ, ସାକ୍ଷୀଗୋପାଳ ଡାକବିଭାଗର କର୍ମଚାରୀ ଉମାକାନ୍ତ ପଣ୍ଡା, ନିତ୍ୟାନନ୍ଦ ଦାଶ, କାଳୁ ଚରଣ କାଣ୍ଡି, ପ୍ରମୁଖ ଏହି ସମସ୍ୟାକୁ ନେଇ ଗଣମାଧ୍ୟମ ଆଗରେ କ୍ଷୋଭ  ପ୍ରକାଶ କରିଥିଲେ।

Comments are closed.