ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର : ସୁମଣ୍ଡଳ ବସଷ୍ଟାଣ୍ଡ ନିକଟରେ ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁମଣ୍ଡଳ ଛକରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି। ୩ରୁ ୪ ଜଣ ଦୁର୍ବୃତ୍ତ କାରରେ ଆସି ଗୁଳିମାଡ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତମାନେ ୨୦ରାଉଣ୍ଡ ଗୁଳି ମାରିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି କୋଦଳା ପୁଲିସ ତନାଘନା ଆରମ୍ଭ କରିଛି।

Comments are closed.