ଆସନ୍ତା ବର୍ଷ ଠାରୁ ଯୁକ୍ତ ୨ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲ ପୁସ୍ତକ

ବ୍ରହ୍ମପୁର: ଆସନ୍ତା ବର୍ଷ ଠାରୁ ରାଜ୍ୟର ଯୁକ୍ତ ୨ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ବ୍ରେଲ ପୁସ୍ତକ । ପୂର୍ବରୁ ଯୁକ୍ତ ୨ ଛାତ୍ରଛାତ୍ରୀମାନେ କ୍ଲାସରେ ଶୁଣିକି ପାଠ ମନେ ରଖୁଥିବା ବେଳେ ଏବେ ସେହି ସମସ୍ୟା ଦୂର ହେବ । ଗୁରୁବାର ବ୍ରହ୍ମପୁର ସ୍ଥିତ ଏକ ମାତ୍ର ରେଡକ୍ରସ କମ୍ପୁଟରୀକୃତ ବ୍ରେଲ ମୁଦ୍ରଣଳୟ ଠାରେ ମାଷ୍ଟର ପ୍ଲେଟ ମେକିଙ୍ଗ ମେସିନକୁ ଉଦଘାଟନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହା କହିଛନ୍ତି । ରାଜ୍ୟରେ ଖୁବଶୀଘ୍ର ଆଉ ୩ଟି ଡିଡିଆରସି(ଭିନ୍ନକ୍ଷମ ଥଇଥାନ କେନ୍ଦ୍ର) ଖୋଲିବା ସହ ପ୍ରଥମ ଥର ପାଇଁ ରାଜ୍ୟରେ ୨ଟି ଇସିଆରସି(ପ୍ରାଥମିକ ଶୈଶବ ଥଇଥାନ କେନ୍ଦ୍ର ଖୋଲିବ ବୋଲି କହିଥିଲେ ।

Comments are closed.