ବଲାଙ୍ଗିରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ପୁଣି ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗୋଟିଏ ଦିନରେ ୧୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କଣ୍ଟାବାଞ୍ଜିରେ କରୋନା ଅସଲ ରୂପ ଦେଖାଉଥିବା ବେଳେ ବଲାଙ୍ଗିର ସହରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ମଙ୍ଗଳବାର ସୁଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ଶହ ପାରି ହୋଇଛି ।
ଜିଲାପ୍ରଶାସନର ସୂଚନା ଅନୁସାରେ ମଙ୍ଗଳବାର ବଲାଙ୍ଗିର ସହରର ପ୍ରାୟତଃ ସମସ୍ତ ମୁଖ୍ୟପଡାରୁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମହାଲକ୍ଷ୍ମୀନଗରରୁ ୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାମେଶ୍ୱରନଗର, ପେଲେସଲାଇନ, ସାଗରପଡା, ତାଲପାଲିପଡାରୁ ୩ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ରାଧାରାଣୀପଡା, ଟିକ୍ରାପଡା, ମାଲପଡା, ସୁଦପଡା, ଶ୍ରୀରାମନଗର, କ୍ଲବପଡା, ପୁଲିସ କଲୋନୀରୁ ୨ଜଣ ଲେଖାଏଁ ରୋଗୀ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଇନ୍ଦିରାନଗର, ରୁଗୁଡିପଡା, ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା, ଇଚ୍ଚାପଡା, ଲାଲଟିକ୍ରା, ଟାଉନ ପୁଲିସ, ହାତୀଶାଲପଡା, ବେହେରାପାଲି, ସାଲେପାଲି ସ୍ଥିତ ସ୍ୱଧାର କେନ୍ଦ୍ର, ଠିକାଦାରପଡା, ସତ୍ୟନାରାୟଣପଡା, ଗାନ୍ଧୀନଗରପଡା, ପୁରୁଣା ରାଜବାଟୀ, ହାତୀପଡା, ଚନ୍ଦ୍ରଶେଖରନଗର, ରାଜେନ୍ଦ୍ରପଡା, ରାମଜୀପଡା, ଚିମନୀଭାଟିପଡା, ସିଭିଲ କୋର୍ଟ ପଛପଟ, ଆନନ୍ଦ ନଗର ଓ ମନୋହରପୁର ଅଞ୍ଚଳରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷା ପରେ ଜଣାପଡିଛି। ବଲାଙ୍ଗିର ସହର ଭଳି କଣ୍ଟାବାଞ୍ଜିରେ ମଧ୍ୟ କରୋନାର ଅସଲ ଚିତ୍ର ଦେଖିବାକୁ ମିଲିଛି। ମଙ୍ଗଳବାର ୨୭ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସମସ୍ତେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ବୋଲି ଜଣାପଡିଛି। ସେହିପରି ଟିଟିଲାଗଡର ବିଭିନ୍ନ ଅଞ୍ଚଳରୁ ୫ଜଣ, ପୁଇଁନ୍ତଲା ବ୍ଲକ ପୁଇଁନ୍ତଲାର ୬ଜଣ, ଗୁଡଭେଲା ବ୍ଲକ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଖପ୍ରାଖୋଳ ବ୍ଲକ ଜୁରିଆ ଗାଁର ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ, ବଲାଙ୍ଗିର ବ୍ଲକ ବଘାପାଲି, ବେଲପଡା ବ୍ଲକ ଘାଘୁର୍ଲି, ଦେଓଗାଁ ବ୍ଲକ ଚୋରମରା, ଗୁଡଭେଲା ବ୍ଲକ ଗୁଡଭେଲା, ମଦନପୁର, ନୁଆପଡା, ପାଟଣାଗଡ ବ୍ଲକ ଗେର୍ଡା, ସରମୁହାଣ, ବରହମପୁରା, ସଇଁନ୍ତଲା ବ୍ଲକ ରେଙ୍ଗାଲି ଓ ବଡମାଲରୁ ଜଣେ ଲେଖାଏଁ ରୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମଙ୍ଗଳବାର ଜଣେ କୋଭିଡ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ଥିବା ବେଳେ ଆଉ ୨ ଜଣ ରୋଗୀ ଜିଲା ବାହାରର ବୋଲି ଜିଲାପ୍ରଶାସନ ସୂଚନା ଦେଇଛି।

Comments are closed.