ବଲାଙ୍ଗିରରେ ଆଜି ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ସୋମବାର ୧୦୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲା ପ୍ରଶାସନର ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳର ୧୦ ଟି ୱାର୍ଡରୁ ୧୭ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ପୈାରାଞ୍ଚଳର ୯ୱାର୍ଡର ୨୨ ଜଣ ରୋଗୀ ସଂକ୍ରମିତ ଥିବା ଜଣାପଡିଛି । ସେହିପରି କଣ୍ଟାବାଞ୍ଜି ଏନଏସିର ୮ଟି ୱାର୍ଡର ୧୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ଏନଏସିର ୪ଟି ୱାର୍ଡରୁ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଗଲପୁର ବ୍ଲକ ବକଟୀର ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ସଦର ବ୍ଲକ ମନହୀରାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସଦର ବ୍ଲକ ଚୁଡାପାଲି, ଶିବତଲା, ସଦେଇପାଲି, ମାଧିଆପାଲିରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ବେଲପଡାରୁ ୨, ଚାନ୍ଦୋତରା ଓ ବଙ୍ଗୋମୁଣ୍ଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ବେଲପଡା ବ୍ଲକ ନୁନହାଡ, ବେଲପଡା, କାନୁଟ ରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଦେଓଗାଁ ବ୍ଲକ ଦେଓଗାଁରୁ ୩ଜଣ ଓ ଗୈାରଗୋଠ, ବଡବାହାଲ, ମହଲେଇରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । ଗୁଡଭେଲା ବ୍ଲକ ବଡଙ୍ଗୋମୁଣ୍ଡା, ତୁଷୁରାରୁ ୫ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମଢେଇକେଲା, ଲୋଇସିଂହା ବ୍ଲକ ଯୋଗୀସର୍ଡା ଓ କୁଶଙ୍ଗରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁରିବାହାଲ ବ୍ଲକ ମୁରିବାହାଲରୁ ୨ ଜଣ ରୋଗୀ ସୋମବାର ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଓ ସୁନାମୁଦିରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସଇଁନ୍ତଲା ବ୍ଲକ ଧରବଗଡରୁ ୨ ଜଣ, କଁସର ଓ ସଇଁନ୍ତଲାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ଟିଟିଲାଗଡ ବ୍ଲକ ବାନ୍ଦୁପଲାରୁ ୩ଜଣ, ନରେନରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ମହୁଲପଡା, ସିଲୁଆଁ, ଜଗୁଆରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ତୁରେକେଲା ବ୍ଲକ ମହଖଣ୍ଡରୁ ୨ ଜଣ ଓ ଚଟୁଅନକା ଗାଁର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି ।

Comments are closed.