ସହର ଆକାର ଧାରଣ କଲା ନିଆଁ – ଭିକ୍ଟୋରିଆ ଅଣାୟତ

ସିଡନୀ: ଅଷ୍ଟ୍ରେଲିଆରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ବ୍ୟାପିଥିବା ନିଆଁ ଏବେ ଭୟଙ୍କର ଆକାର ଧାରଣ କରିଛି। ସେଠାକାର ଅଧିକାରୀଙ୍କ କହିବା ଅନୁଯାୟୀ, ନିଆଁ ଏଭଳି ଆକାର ଧାରଣ କରିଛି ଯେ ଏହା ମାନହଟନ ସହର ଠାରୁ ମଧ୍ୟ ବୃହତ ହେବ। ଶୁକ୍ରବାର ରାତିରେ ତିନି ପଟୁ ଜଳୁଥିବା ନିଆଁ ମିଶିଯିବା ପରେ ଏତେ ବଡ ଆକାର ଧାରଣ କରିଛି। ଏହି ନିଆଁ ଧାସ ପ୍ରାୟ ୨୩ ବର୍ଗ ମାଇଲ ଯାଏଁ ବ୍ୟାପି ଯାଇଥିବା ଅଷ୍ଟ୍ରେଲିଆ ପରିବେଶ ବିଭାଗ କହିଛି।

ନ୍ୟୁ ସାଉଥ ୱଲେସର ସିଡନୀର ଦକ୍ଷିଣାଞ୍ଚଳ ଏହି ନିଆଁରେ ସମ୍ପୂର୍ଣ୍ଣ କବଳିତ ହୋଇଛି। ସେଠାକାର ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ନିଆଁରେ ୨ ଲକ୍ଷ ୬୪ ହଜାର ହେକ୍ଟର ଅଂଚଳ ପୋଡ଼ିଯାଇଛି। ଏହାର ପ୍ରଭାବରେ ସେହି ଅଂଚଳରେ ପାଣିପାଗ ପ୍ରଭାବିତ ହୋଇଛି। ପବନ ବହିବା ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କାନବେରାରେ ୮୦ ବର୍ଷ ମଧ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଁ ୪୪ ଡିଗ୍ରୀ ସେଲସିଅସରେ ପହଂଚିଛି। ସିଡନୀ ତଳି ଅଂଚଳରେ ତାପମାତ୍ରା ୪୮.୯ ଡିଗ୍ରୀ ସେଲସିଅସ ଛୁଇଁଛି।

ଏହି ଅଗ୍ନିରେ ସାରା ଦେଶରେ ୨୩ ଜଣକ ମୃତ୍ୟୁ ହୋଇଥିବା ପ୍ରଧାନମନ୍ତ୍ରୀ ସ୍କଟ ମରିସନ କହିଛନ୍ତି। ପ୍ରାୟ ୧୫୦୦ ବାସଗୃହ ପୋଡି ଜାଳି ଛାରଖାର ହୋଇଥିବା ସୂଚନା ମିଳିଛି। ଅଗ୍ନି ପ୍ରଭାବିତ ଅଞ୍ଚଳଗୁଡିକରେ ୩ ହଜାର ସୈନ୍ୟ ମୁତୟନ କରିବାକୁ ପ୍ରଧାନମନ୍ତ୍ରୀ ମରିସନ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଅଧିକ ୪ଟି ବିମାନକୁ ପାଣି ଗୋଳା ପକାଇବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡିଛି।

Comments are closed.