ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ – ୬୨ ମୃତ

କାବୁଲ: ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶର ଏକ ମସଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୬୨ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ପ୍ରାର୍ଥନା ନିମନ୍ତେ ମସଜିଦରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିସ୍ଫୋରଣରେ ମସଜିଦର ଛାତ ଭୁଶୁଡି ପଡିଛି। ପ୍ରାଦେଶିକ ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ ବିସ୍ଫୋରଣରେ ୫୫ଜଣ ଆହତ ହୋଇଛି। ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ତାଲିବାନ ଓ ଇସଲାମିକ ଷ୍ଟେଟ ଆତଙ୍କବାଦୀ ନାଙ୍ଗରହାର ପ୍ରଦେଶରେ ସକ୍ରିୟ ରହିଛନ୍ତି। ଆଫଗାନିସ୍ତାନରେ ହିଂସା ଚରମ ସୀମାରେ ପହଞ୍ଚିଥିବା ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ଏହି ବିସ୍ଫୋରଣ ଘଟିଛି। ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଆଫଗାନିସ୍ତାନରେ ହିଂସାଘଟି ୧୧୭୪ଜଣଙ୍କର ମୃତ୍ୟୁ ହେଲାଣି।

Comments are closed.