ବାଣ କାରଖାନାରେ ବିସ୍ଫୋରଣ; ୫ମୃତ

ଶାମଳୀ(ଉତ୍ତର ପ୍ରଦେଶ) : ଉତ୍ତର ପ୍ରଦେଶର ଶାମଳୀ ଅଞ୍ଚଳରେ ଶୁକ୍ରବାର ସଂଧ୍ୟାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଶାମଳୀ ଥାନା ଅନ୍ତର୍ଗତ ଦିଲ୍ଲୀ-ଶାହାରନପୁର ଜାତୀୟ ରାଜପଥର କାନ୍ଧଲା ନିକଟରେ ଥିବା ଏହି ବାଣ କାରଖାନାରେ ୫ଜଣ ବ୍ୟକ୍ତି କାମ କରୁଥିବାବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା।

Comments are closed.