କାଳିନ୍ଦୀ ଏକ୍ସପ୍ରେସ୍‌ରେ ବିସ୍ଫୋରଣ

0

କାନପୁର : ଉତ୍ତରପ୍ରଦେଶର କାନପୁରଠାରୁ ଭିୱାନୀଗାମୀ କାଳିନ୍ଦୀ ଏକ୍ସପ୍ରେସ୍‌ରେ ବୁଧବାର ସନ୍ଧ୍ୟାରେ ଛୋଟ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ବିଶେଷ କ୍ଷତି କିମ୍ବା କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ। ସୂଚନାନୁଯାୟୀ, କାନପୁର ଛାଡ଼ିବାର ଅଳ୍ପ ସମୟରେ ବାରାଜପୁର ଷ୍ଟେସନଠାରେ ସନ୍ଧ୍ୟା ପ୍ରାୟ ୭ଟା ୧୦ରେ ଏହି ବିସ୍ଫୋରଣ ହୋଇଥିଲା। ଏକ୍ସ୍ରପ୍ରେସ୍‌ର ସାଧାରଣ ବଗିରେ ଥିବା ପାଇଖାନାରେ ଏହି ବିସ୍ଫୋରଣ ଘଟିଥିଲା। କୌଣସି ଯାତ୍ରୀ କିଛି ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବାବେଳେ ଏହା ବିସ୍ଫୋରିତ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Leave A Reply