କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ; ୫ ମୃତ, ଅନେକ ଆହତ

ମୁମ୍ବଇ : ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ୮ଟା ୩୦ରେ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଛି। ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ଏହାସହ ଅନେକ ଲୋକେ ଫ୍ୟାକ୍ଟ୍ରିରେ ୪୦ ରୁ ୫୦ ଜଣ ଫସି ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

 

Comments are closed.